Thursday, December 5, 2024
spot_imgspot_imgspot_img
Homeରାଜ୍ୟଉର୍ଜା ସଂରକ୍ଷଣର ମହତ୍ତ୍ଵ ସମ୍ବନ୍ଧୀୟ ଜ୍ଞାନର ପରୀକ୍ଷଣ ନିମନ୍ତେ ଏନର୍ଜି କ୍ଲବ ଲିଖିତ କୁଇଜ...

ଉର୍ଜା ସଂରକ୍ଷଣର ମହତ୍ତ୍ଵ ସମ୍ବନ୍ଧୀୟ ଜ୍ଞାନର ପରୀକ୍ଷଣ ନିମନ୍ତେ ଏନର୍ଜି କ୍ଲବ ଲିଖିତ କୁଇଜ ପ୍ରତିଯୋଗିତା l

ପଦ୍ମପୁର – ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ, ପଦ୍ମପୁର ଠାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉର୍ଜା ସଂରକ୍ଷଣର ମହତ୍ତ୍ଵ ସମ୍ବନ୍ଧୀୟ ଜ୍ଞାନର ପରୀକ୍ଷଣ ନିମନ୍ତେ ଏନର୍ଜି କ୍ଲବ ଲିଖିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଅଭିଳାଷ ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ୧୬୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଉକ୍ତ ପ୍ରତିଯୋଗିତାରେ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ,ପଦ୍ମପୁରର ଛାତ୍ର ମଳୟ ମେହେର ପ୍ରଥମ ସ୍ଥାନ ଏବଂ ପିୟୁଷ ରଞ୍ଜନ ବେହେରା ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ପୁରେନାର ଛାତ୍ରୀ ଜ୍ୟୋତିର୍ମୟୀ ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ରାଶି ସମେତ ବିଜେତା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଏବଂ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ପାର୍ଟିସିପେସନ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ।

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ପୁରେନାର ବିଜ୍ଞାନ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ ଯୋଗଦାନ ଦେଇ ସହଯୋଗ କରିଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରୀତିରଶ୍ମି ସେଠ୍ ସଂଯୋଜନା କରିଥିବା ବେଳେ ବିଜ୍ଞାନ ଶିକ୍ଷୟିତ୍ରୀ ତୃପ୍ତିମୟୀ ଝଗରା ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚ଼ାରୀ ପ୍ରତିଯୋଗିତାକୁ ସାଫଲ୍ୟମଣ୍ଡିତ କରିବା ନିମନ୍ତେ ନିଜସ୍ବ ଦାୟିତ୍ବକୁ ସୁଚାରୁରୂପେ ପାଳନ କରିଥିଲେ ।

error: Content is protected !!