ପଦ୍ମପୁର-ପଦ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ସ୍ନେହା ଅରଗୁଲାଙ୍କୁ ପଦ୍ମପୁରର ପୂରାତନ ଅନୁଷ୍ଠାନ ଆଶା ଓ ସତ୍କାରର କର୍ମକର୍ତ୍ତାମାନେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ଉନ୍ନତିକରଣ ତଥା ଖାଲି ପଡିଥିବା ବିଭିନ୍ନ ପଦବୀଗୁଡ଼ିକ ପୂରଣ ସହିତ ଭିତ୍ତିଭୂମିର ସୁଦୃଢୀକରଣ ନିମନ୍ତେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।
ଏହି ଦାବୀପତ୍ର ପ୍ରଦାନ ସମୟ ରେ ଅନୁଷ୍ଠାନ ର ସଭାପତି ସାମାଜିକ କର୍ମୀ ନିରୋଜ ଦୋରା, ଉପସଭାପତି ରାଧେଶ୍ୟାମ ବେହେରା ,ସଂପାଦକ ଅଜିତ ଶତପଥୀ ,ଅବିନାଶ ମିଶ୍ର, ତଥା ଅଖିଳ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ ।