Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଉପଖଣ୍ଡ ଚିକିତ୍ସାଳୟରେ ବିଶ୍ଵ ରକ୍ତଦାତା ଦିବସ ପାଳିତ।

ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ଵ ରକ୍ତଦାତା ଦିବସ ପାଳିତ।

ପଦ୍ମପୁର – ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ସଭାଗୃହରେ ବିଶ୍ୱ ରକ୍ତଦାତା ଦିବସ ୨୦୨୪ ଡାକ୍ତର ପ୍ରିୟମ୍ବଦା ସୁନାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅଞ୍ଚଳ ମହାବିଦ୍ୟାଳୟର ପ୍ରଫେସର ପ୍ରମୋଦ ପାଣିଗ୍ରାହୀ, ସାମାଜିକ କର୍ମୀ ତଥା ଉପଖଣ୍ଡ ଚିକିତ୍ସାଳୟର ସଦସ୍ୟ ଶ୍ରୀ ନିରୋଜ ଦୋରା ଯୋଗଦାନ କରି ରକ୍ତଦାନର ଉପାଦେୟତା, ଆବଶ୍ୟକତା ଏବିଂ ରକ୍ତଦାନ ନିମିତ୍ତ ଜନସଚେତନତା ସୃଷ୍ଟି ଉପରେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଅବସରପ୍ରାପ୍ତ ଉପଖଣ୍ଡ ଲୋକସମ୍ପର୍କ ଓ ସୂଚନା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ସହରାଞ୍ଚଳର ନିୟମିତ ରକ୍ତଦାତା ମାନେ ଯୋଗଦାନ କରିଥିଲେ। ସଭା ପ୍ରାରମ୍ଭରେ ବିଶ୍ୱ ରକ୍ତଦାତା ଦିବସର ଶପଥପାଠ କରାଯାଇଥିଲା। ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ ମାନପତ୍ର ଓ ପୁରସ୍କାର ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।

ଏହି ଅବସରରେ ନିୟମିତ ରକ୍ତଦାନ କରୁଥିବା ତାପସ ନାୟକ, ଶିବାଶିଷ ପଟ୍ଟନାୟକ, ଜଗଦୀଶ ହାତୀ ପ୍ରମୁଖ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ସଭା ଶେଷରେ ସଂଗ୍ରାମ କେଶରୀ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରକ୍ତଭଣ୍ଡାର ର ଦୀପକ ସାହୁ, ଅଶ୍ଵିନୀ ଗୁର୍ଲା, କିଶୋର ପ୍ରଧାନ ତଥା ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!