Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଉନ୍ନତ ସହରର ଅନୁନ୍ନତ ରାସ୍ତା : ଠିକା ସଂସ୍ଥାର ଖାମଖିଆଲି କାମ ଯୋଗୁଁ ହଇରାଣ ଲୋକେ...

ଉନ୍ନତ ସହରର ଅନୁନ୍ନତ ରାସ୍ତା : ଠିକା ସଂସ୍ଥାର ଖାମଖିଆଲି କାମ ଯୋଗୁଁ ହଇରାଣ ଲୋକେ ।

ପଦ୍ମପୁର- ସହରର ଉନ୍ନତିକରଣ ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ।ସହରର ସଡକ,ଲାଇଟ,ପାନୀୟଜଳ ତଥା ଅନ୍ଯାନ୍ଯ ସୁବିଧା ପାଇଁ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ ହେଉଛି । ଉନ୍ନତି ପଥରେ ଥିବା ପଦ୍ମପୁର ସହର ୧୧ ଗୋଟି ୱାର୍ଡ଼କୁ ନେଇ ଗଠିତ । ୧୧ ଗୋଟି ୱାର୍ଡ଼ ମଧ୍ଯରୁ ୦୭ ୱାର୍ଡ଼ ଅନ୍ତର୍ଗତ ଅମଲିପାଲି, ମୁଖ୍ଯ ରାସ୍ତାରୁ ଅମଲିପାଲି କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି ।

ସହରରେ ପକ୍କା ରାସ୍ତା ଥିବା ବେଳେ ଅମଲିପାଲିକୁ କାଦୁଅ ପଚପଚ ରାସ୍ତା ରହିଛି । ରାସ୍ତାର କେତେକ ଜାଗାରେ ଗାତ ହୋଇଥିବା କାରଣରୁ ପାଣି ଯମି ରହୁଛି , ଯିବା ଆସିବାରେ ଲୋକ ବହୁ ଅସୁବିଧା ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ବିଶେଷ ଭାବରେ ଛାତ୍ରଛାତ୍ରୀ ମାନେ ସ୍କୁଲ ଯିବାଆସିବ ସମୟରେ ରାସ୍ତାରେ ପଡି ଖଣ୍ଡିଆ ଖାବରା ହେଉଥିବା ଅଭିଯୋଗ ହେଉଛି । ଅମଲିପାଲିର ଉନ୍ନତିକରଣ ସକାଶେ ରାସ୍ତା ତିଆରି ଯୋଗୁଁ ଠିକାଦାରର ମନମୁଖୀ କମ ଯୋଗୁଁ ଲୋକେ ଆହୁରୀ ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି ।

ଦୀର୍ଘ ଦିନ ହେବ ପେଭର ବ୍ଲକ ବିଛାଇବା ପାଇଁ ଠିକା ସଂସ୍ଥା ବାଳି,ଗେଟି,ପେଭର ବ୍ଲକ ରାସ୍ତାରେ ରଖିଥିବା କାରଣରୁ ଲୋକଙ୍କୁ ଯିବା ଆସିବାରେ ଅସୁବିଧା ହେବା ସହ ଅମଲିପାଲିକୁ ଆମ୍ବୁଲାନ୍ସ ଯିବା ମଧ୍ଯ କଷ୍ଟ ସାଧ୍ଯ ହୋଇ ପଡୁଥିବା ଲୋକ ଅଭିଯୋଗ କହିଛନ୍ତି । ବିଭାଗୀୟ ଅଧିକାରୀ ଏ ବିଷୟ ପ୍ରତି ଧ୍ୟାନ ଦେବା ସହ ଯଥାଶୀଘ୍ର ରାସ୍ତାର ଉନ୍ନତିକରଣ ହୋଇ ପାରିବ ଏବଂ ଲୋକମାନେ ସୁବିଧାରେ ଯାତାୟାତ କରିପାରିବେ ତାହାର ସମାଧାନ ପାଇଁଦାବୀ କରୁଛନ୍ତି ।

error: Content is protected !!