Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଉଦଘାଟିତ ହେଲା ମା ଭୈରବୀ ମହୋତ୍ସବ:ଶୋଭାଯାତ୍ରରେ ଉତ୍ସବମୁଖର ହେଲା ପୁରୁଣାକଟକ ବଜାର ।

ଉଦଘାଟିତ ହେଲା ମା ଭୈରବୀ ମହୋତ୍ସବ:ଶୋଭାଯାତ୍ରରେ ଉତ୍ସବମୁଖର ହେଲା ପୁରୁଣାକଟକ ବଜାର ।

ବୌଦ୍ଧ(ସିମୁନ ନାଏକ)-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ମା ଭୈରବୀ ସଂସ୍କୃତିକ ପରିଷଦ ପକ୍ଷରୁ ମା ଭୈରବୀ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ମା ଭୈରବୀ ମନ୍ଦିରରୁ ଆଜ୍ଞାମ ମାଳ ବିରାଟ ସଂସ୍କୃତିକ ଶୋଭାଯାତ୍ର ରେ ମହୋତ୍ସବ ପଡ଼ିଆରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରା ଓଘୋରି ନୃତ୍ୟ, ଘଣ୍ଟାବାଦ୍ୟ, ଦଣ୍ଡନୃତ୍ୟ, ଶବର ନାଚ,ଲୋକନୃତ୍ୟ, କୃଷ୍ନଗୁରୁ ସମେତ ନାମସଂକୀର୍ତ୍ତନ ଦଳ ସାମିଲ ହୋଇଥିଲେ। ଶୋଭାଯାତ୍ର ଏଭଳି ଥିଲା ଯେ ପ୍ରାୟ ଏକ କିମି ପର୍ଯ୍ୟନ୍ତ ଲମ୍ବି ରହିଥିବା ବେଳେ ପୁରୁଣାକଟକ ବଜାର ଉତ୍ସବମୁଖର ହୋଇ ଉଠିଥିଲା । ପରେ ସମସ୍ତ ସଂସ୍କୃତିକ ଦଳ ମହୋତ୍ସବ ପଡ଼ିଆରେ ପହଁଚି ମଞ୍ଚରେ ସାମୁହିକ ସଂସ୍କୃତିକ କଳା ପ୍ରଦର୍ଶନ କରିଥିଲେ ।

ଉଦଘାଟନୀ ଉତ୍ସବରେ ମହୋତ୍ସବ କମିଟି ସଭାପତି ଅଶୋକ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ସରକାରୀ ଦଳ ମୂଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ତଥା ସିନେ ତାରକା ସିଦ୍ଧାନ୍ତ ମହାପାତ୍ର, କମିଟି ସମ୍ପାଦକ ଅଶୋକ ସେଠି ମଞ୍ଚାସିନ ହୋଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ବାର୍ଷିକ ବିବରଣୀ ସମ୍ପାଦକ ପଠନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ‘ଭୈରବୀ’ ନାମକ ଏକ ସ୍ମରଣୀକା ଉନ୍ମଚିତ ହୋଇଥିଲା । ଏହାକୁ ଡ଼. ପ୍ରମୋଦ କୁମାର ମହାପାତ୍ରଙ୍କ ସମ୍ପାଦନା କରିଥିବା ବେଳେ ମହୋତ୍ସବ କମିଟିର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ ।

ପରିଶେଷରେ କମିଟି କୋଷାଧ୍ୟକ୍ଷ କୈଳାସ ଅଗ୍ରୱାଲ ଧନ୍ୟବାଦ ଦେଇଥିବା ବେଳେ ରମେଶ ଚନ୍ଦ୍ର ତରେଣିଆ ମଞ୍ଚ ପରିଚାଳନା କରିଥିଲେ । ଅଞ୍ଚଳ ଏହି ମହୋତ୍ସବ କଳା ସଂସ୍କୃତିକୁ ବାନ୍ଧି ରଖିବା ସହ ଭାଇଚାରାର ନିଦର୍ଶନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପରେ ତିଲେଶ୍ୱର ଦଣ୍ଡଯାତ୍ରାର ପରଭା ଝୁଣାଖେଳ ଔଲକିକ ନୃତ୍ୟ, ପୁରୁଣାକଟକ ଦଣ୍ଡନୃତ୍ୟ, ଫୁଲବାଣୀର ନଟରାଜ କଲମନ୍ଦିର ଅନୁଷ୍ଠାନର ଓଡିଶୀ ବାଉଁଶୁଣି ସଂସ୍କୃତିକ ପରିଷଦର ସମ୍ବଲପୁରୀ ନୃତ୍ୟ ଓ କେନ୍ଦ୍ରାପଡା ବଳଦେବ ଜୀଉ ଅନୁଷ୍ଠାନର ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା । ମିନବଜାର ଓ ବିଭିନ୍ନ ଖାଦ୍ୟ ଷ୍ଟଲ କୁ ମିଶାଇ ୭୫ ଟି ଷ୍ଟଲ ମହୋତ୍ସବକୁ ଆହୁରି ଆକର୍ଷିତ କରିଛି । ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ ଦିନ ଧରି ମହୋତ୍ସବ ଚାଲିବା ନେଇ ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

error: Content is protected !!