Saturday, March 7, 2026
Homeରାଜ୍ୟଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଝାରବନ୍ଧ ଶାଖା ପକ୍ଷରୁ କମ୍ବଳ ବଣ୍ଟନ ।

ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଝାରବନ୍ଧ ଶାଖା ପକ୍ଷରୁ କମ୍ବଳ ବଣ୍ଟନ ।

ଝାରବନ୍ଧ-ବର୍ତ୍ତମାନ ସାରାରାଜ୍ୟରେ ହାଡ଼ ଭଙ୍ଗା ଶୀତ ଯୋଗୁଁ ଜନସାଧାରଣ ଗରମ ପୋଷାକ ତଥା ନିଆଁର ସାହାରା ନେଉଛନ୍ତି । ଏହି ସବୁକୁ ଦୃଷ୍ଟିରେ ରଖି ଅସହାୟ ଗରିବ ଲୋକଙ୍କୁ ଶୀତରୁ ରକ୍ଷା କରିବା ପାଇଁ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଝାରବନ୍ଧ ଶାଖା ତରଫରୁ ନିର୍ମାଣାଧୀନ ଅଗ୍ରେସେନ ଭବନ ଠାରେ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଝାରବନ୍ଧ ଶାଖାର ସଭାପତି ନନ୍ଦକିଶୋର ଅଗ୍ରୱାଲ ତତ୍ୱାବଧାନରେ ଅଞ୍ଚଳର ଗରିବ ଅସହାୟ ତଥା ଅତ୍ୟନ୍ତ ଦରକାର ଥିବା ବ୍ୟକ୍ତିଙ୍କୁ ହାରାହାରି ୧୮୦ ଗୋଟି କମ୍ବଳ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବାମଞ୍ଚର ସଭାପତି ରାକେଶ ଅଗ୍ରୱାଲ (ପିଙ୍କୁ), ଶାଖା ସମ୍ପାଦକ ଜୟକୁମାର ଅଗ୍ରୱାଲଙ୍କ ସମେତ ନବୀନ ମିତ୍ତଳ, ବିକାଶ ମିତ୍ତଳ, ମୁକେଶ ଅଗ୍ରୱାଲାଙ୍କ ସମେତ ଅନ୍ଯାନ୍ଯ କର୍ମକର୍ତ୍ତା ଉପସ୍ଥିତ ଥିଲେ । ବର୍ତ୍ତମାନର ଶୀତ ଲହରୀରେ ମାରୱାଡି ସମ୍ବିଳନୀର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମକୁ ଅଞ୍ଚଳରେ ବେଶ ପ୍ରଶଂସା କରାଯାଉଛି ।

error: Content is protected !!