Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଉଠା ଜଳସେଚନ ପ୍ରକଳ୍ପ ଶୀଘ୍ର କାର୍ଯ୍ଯକ୍ଷମ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ କୃଷକ।

ଉଠା ଜଳସେଚନ ପ୍ରକଳ୍ପ ଶୀଘ୍ର କାର୍ଯ୍ଯକ୍ଷମ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ କୃଷକ।

ବରଗଡ଼-ଅତାବିରା ବ୍ଲକ ଲଚିଦା ଗ୍ରାମ ପଞ୍ଚାୟତ ରେ ଥିବା ଉଠା ଜଳସେଚନ ପ୍ରକଳ୍ପ ର ଶୀଘ୍ର ପୁନଃରୁଦ୍ଧାର ଶେଷ କରିବା ପାଇଁ ପାଣି ପଞ୍ଚାୟତ ନେତୃତ୍ୱରେ ଶହ ଶହ ଉପକୃତ ଚଷୀ ଜିଲ୍ଲାପାଳଙ୍କୁ ଭେଟି ସାତ ଦିନ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିବେଦନ କରିଛନ୍ତି ଏବଂ ଯଦି ସାତ ଦିନ ମଧ୍ୟ ରେ ପ୍ରକଳ୍ପ କାର୍ଯ୍ୟ ଶେଷ ନ ହେଲେ ଉଗ୍ର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏହି ଉଠା ଜଳସେଚନ ପ୍ରକଳ୍ପଟି ହୀରାକୁଦ ଡ୍ୟାମ ନିର୍ମାଣ ପରେ କେନାଲ ଯେଗେ ଗାଁ ମାନଙ୍କୁ ଜଳ ଯୋଗାଯୋଗ ହେବା ପରେ ଉକ୍ତ ଅଞ୍ଚଳର ଚାଷୀ ମାନଙ୍କ ସମୁହିକ ପ୍ରୟାସ ଫଳରେ ୧୯୬୨ ମସିହାରୁ ଏହି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଆସୁଛି। ପ୍ରଥମେ ତିନୋଟି ୪୦ ଏଚ.ପି  ମୋଟର ଦୁଇ ଶହ କେ.ଭି ଟ୍ରାନ୍ସଫର୍ମର ସାହାଯ୍ୟରେ ପାଖାପାଖି ୧୨ ଶହ ଏକର ଜମି ଜଳ ସେଚିତ ହେଉଥିଲା।

ଏବେ କିନ୍ତୁ ୪୦ ଏଚ.ପି ମୋଟର ଦୁଇଟି ଏବଂ ଶହେ କେ.ଭି ଟ୍ରାନଫର୍ମର ଲଗାଯିବା କାରଣରୁ ୫୫୦ଏକର ଜମି ବିଭିନ୍ନ ଗ୍ରାମର ଲଚିଦା, ହିର୍ଲିପଲ୍ଲୀ, ବାଟିମୁଣ୍ଡା, ବରାହାକଣ୍ଟା, ଚାବିରିପାଲି, ବାରଗାଡ, ଭୁଏ ଟିକ୍ରା ଆଦି ଗ୍ରାମରେ ଚାଷ ହେଉଥିଲା। ଏହି ଉଠା ଜଳସେଚନ ପ୍ରକଳ୍ପ ୬୫ ବର୍ଷ ପୁରୁଣା ହୋଇଥିବାରୁ ଜିରାଜୀର୍ଣ୍ଣ ଅବସ୍ଥା ହୋଇ ଯାଇଥିଲା ଏମିତି କି ପୁରୁଣା ମୋଟର ଘର, ପାଣି ଟାଙ୍କି, କେନାଲ ଆଦି ଦୁର୍ବଳ ଅବସ୍ଥା ହୋଇଯାଇଥିଲା ଫଳରେ ପାଣି ଠିକ ଭାବେ ପହଂଚୁ ନ ଥିଲା । ସେଥିପାଇଁ ପାଣି ପଞ୍ଚାୟତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମରାମତି ବାବଦରେ ୭୮ ଲକ୍ଷ ୬୬ ହଜାର ୬୪୦ ଟଙ୍କା ମଞ୍ଜୁରୀ ହୋଇ ଶୀଘ୍ର କାମ ଶେଷ କରିବାକୁ ନିର୍ଦେଶ ଆସିଥିଲା। ଏହି କାମ ଠିକାଦାର କମଳ ତାଣ୍ଡିଙ୍କୁ ଟେଣ୍ଡର ମିଳିଛି ଏବଂ ଠିକାଦାର ମଧ୍ୟ କାମ ଖରିଫ ଋତୁ ପୂର୍ବରୁ ସରିଯିବ ବୋଲି ଆଶ୍ବାସନା ଦେଇଥିଲେ।

କାମ ଠିକ ଭାବେ ହେଉ ଓ ଠିକ ସମୟରେ ସାରିବା ପାଇଁ ପାଣି ପଞ୍ଚାୟତ ସମିତି ପାଣ୍ଠିରୁ ମଧ୍ୟ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି। କିନ୍ତୁ ଏବେ କାମ ମନ୍ଥର ଗତି ରେ ଚାଲିବାରୁ ପାଣି ପଞ୍ଚାୟତ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଛି ହେଲେ ଠିକାଦାର ପୂର୍ବ ତୁଳନା ରେ ଏବେ ଧୀରେ ଧୀରେ କାମ କରୁଥିବା ପ୍ରତିବାଦ ରେ ଆଜି ଜିଲ୍ଲାପାଳଙ୍କୁ ଭେଟି ସାତ ଦିନ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ନ ହେଲେ ଆନ୍ଦୋଲାତ୍ମକ ପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହେବୁ ବୋଲି ଲିଖିତ ଭାବେ ଜଣାଇବାରୁ ଜିଲ୍ଲାପାଳ ଉଠା ଜଳ ସେଚନ କାର୍ଯ୍ୟ ନିବାହିଁ ଯନ୍ତ୍ରୀ ଏସ.ଏନ ତ୍ରିପାଠୀଙ୍କୁ ଚାଷୀ ମାନଙ୍କୁ ଭେଟି ଶୀଘ୍ର ସମାଧାନ ପାଇଁ ନିର୍ଦେଶ ଦେଇଥିଲେ। ପରେ ତ୍ରିପାଠୀ ଏହି କାର୍ଯ୍ୟକୁ ଗମ୍ଭୀରତାର ସହିତ ବିଚାର କରି ସାତ ଦିନ ମଧ୍ୟରେ ମୋଟର ଲଗାଇ ପାଣି ଚାଷୀଙ୍କୁ ଦିଆ ଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

ଏହି କାର୍ଯ୍ୟକ୍ରମ ରେ ସଂଯୁକ୍ତ କୃଷକ ସଂଗଠନ ର ରମେଶ ମହାପାତ୍ର, ନିରଞ୍ଜନ ପଧାନ ସାହାଯ୍ୟ କରିଥିବା ବେଳେ ପାଣି ପଞ୍ଚାୟତ ସଭାପତି ଜିତେନ୍ଦ୍ର ଭୋଏ, ସମ୍ପାଦକ ହରିଶଙ୍କର ପଧାନ, ଟିକେଶର ମହାପାତ୍ର, ଶଶୀଭୁଷଣ ଭୁଏ, ଦେବଦତ୍ତ ସୁନା, ପୁରୋଷୋତ୍ତମ ସାହୁ, ଗତି କୃଷ୍ଣ ବେହେରା, ବିଭୁତି ସାହୁ ନେତୃତ୍ୱରେ ଶହ ଶହ ଚାଷୀ ଆସିଥିଲେ।

error: Content is protected !!