ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ବାଦିକଟା ପଞ୍ଚାୟତ ସlପଲହର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ୭୯ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ସର୍ବପ୍ରଥମେ ଡାକ୍ତର ଅଶୋକ କୁମାର ମହାନନ୍ଦ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା ,ପରେ ସେ ନିଜ ଅଭିଭାଷଣରେ ରାମଚରିତ ମାନସ ରୁ ଆରମ୍ଭ କରି ଶ୍ରୀମଦ ଭଗବତଗୀତା ପର୍ଯ୍ୟନ୍ତ ବିଭିନ୍ନ ଉଦାହରଣ ମାଧ୍ୟମରେ ଦେଶମାତୃକାକୁ ପରାଧୀନତାର ବେଡ଼ି ରୁ ମୁକୁଳାଇଥିବା ସଂଗ୍ରାମୀ ମାନଙ୍କ ଶୌର୍ଯ୍ୟ, ପରାକ୍ରମ ତଥା ବୀରତl ବିଷୟରେ ଆଲୋକପାତ କରିଥିଲେ ।

ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାରେ ଯୋଗ ଶିକ୍ଷିକା ପ୍ରିୟଙ୍କା ସାହୁ ବିଶେଷ ଭୂମିକା ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ରାହାସ ପ୍ରଧାନ ତଥା ଗ୍ରାମର ହାରାଧନ ପ୍ରଧାନ, ଜିତେନ୍ଦ୍ର ସାହୁ, ସ୍ମୃତି ପ୍ରଧାନ, ଜଗନ୍ନାଥ ସାହୁ ଏବଂ ସମସ୍ତ ଆଶା ଦିଦି ଓ ଅନ୍ୟ ମହିଳା ବର୍ଗ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁଶୋଭିତ କରିଥିଲେ । ଶେଷରେ ସମସ୍ତ ଅତିଥି, ଗ୍ରାମବାସୀଙ୍କୁ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମାପନ ହୋଇଥିବା ହେତୁ ଯୋଗଶିକ୍ଷକ ଆଶିଷ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ l



