ପାଇକମାଳ-ପଶ୍ଚିମ ଓଡିଶାର ଗୁଟେ ନିଆରା ପରବ ହଉଛେ ଫୁସପୁନିର ଛେର ଛେରା । ଏହି ପର୍ବଟି ପୌଷ ମାସ ପୁର୍ଣିମା ଦିନ ସମସ୍ତ ପୁର ପଲ୍ଲୀ ଗାଁ ଗଣ୍ଡା ରେ ପାଳନ ହୁଏ ।ଏହା ଏକ ନିଆରା ପର୍ବ।ଏଥିରେ ସାଜ ଶଯ୍ୟା ନାହିଁ କି ପୁଜା ପାଠ ନାହିଁ, ଖାଇବା ପିଇବା, ମଜା ମଜଲିସ କରିବା ଭଲି ଏକ ସୁନ୍ଦର ତିହାର। କିଛି ବର୍ଷ ଆଗରୁ ଚାଷୀ ଓ ମହାଜନ ମାନେ ବର୍ଷ ତମ।ମ ଲୋକଙ୍କୁ ନିଜ ଘରେ ରଖି ବଂଧୁଆ ଶ୍ରମିକ ଭାବେ ଖଟାଉ ଥିଲେ। ପୌଷ ପୁର୍ଣିମା ଦିନ ଶ୍ରମିକ ମାନଙ୍କ ଏକ ବର୍ଷ ପୂରିଯାଉଥିଲା ଏହି ପୁର୍ଣିମା ଦିନ ଓ ସେହିପରି ଏହି ଦିନରେ ମୁକ୍ତି ମିଳୁଥିଲା ।
ବଂଧୁଆ ଶ୍ରମିକ ମାନଙ୍କୁ,ତେଣୁ ଶ୍ରମିକ ମାନେ ଏହି ପୁର୍ଣିମା କୁ ଫୁସପୁନି ବୋଲି ମାନୁ ଥିଲେ, ଆଜି ମଧ୍ୟ୍ୟ ସେହି ପରମ୍ପରା ରହି ଆସୁଅଛି।ଏହି ଦିନ ସମସ୍ତ ଙ୍କ ଘରେ ଘରେ ପିଠା ପଣା ମନ ପସନ୍ଦ ଅନୁସାରେ ପ୍ରସ୍ତୁତ ହୁଏ ତଥା ଆମିଷ ଭୋଜନ ମଧ୍ୟ୍ୟ ଲୋକେ ପ୍ରାୟ ଖାଇ ଥାନ୍ତି । ପୁର୍ଣିମା ଦିନ ଭୋର ରୁ ଗାଁ ର ଝାଙ୍କର ଗ୍ରାମ ଦେବତାଙ୍କୁ ପୁଜା ପାଠ କରି ସାରିବା ପରେ ଗୌନ୍ତିଆ ଘରକୁ ଯାଇ ଥାଏ,ଛେର ଛେରା ମାଗିବା ପାଇଁ ତାଙ୍କୁ ପିଠା ପଣା, ଧାନ ଓ କିଛି ଟଙ୍କା ପଇସା ଦେଇଥାନ୍ତି ଛେର ଛେରା ଆକାରରେ ଗୌନ୍ତିଆ ।
ଏହାପରେ ଗାଁ ର ଛୋଟ ଛୋଟ ଛୁଆ ମାନେ ଗୋଟିଏ ଗୋଟିଏ ବେଗ ଧରି ଦଳ ଦଳ ହୋଇ ବାହାରନ୍ତି ଛେର ଛେରା ମାଗିବା ପାଇ । ଯାହାର ଘରକୁ ଗଲେ କେହି ଛୁଆ ମାନଙ୍କୁ ମନା ନକରି ଖୁସିରେ ଧାନ, ପିଠା, ଟଙ୍କା ପଇସା ଖୁସିରେ ଦେଇ ଥାନ୍ତି । ଧନୀ ଗରିବ ସବୁ ଘର ର ଛୁଆ ମାନେ ମିଳି ମିଶି ଏକାଠି ବୁଲନ୍ତି ଓ ମଜା ଉଠାନ୍ତି, ଛେର ଛେରା ମାଗନ୍ତି । ବଡ଼ ବଡ ଲୋକେ ବାଜା ବଜାଇ ଦଣ୍ଡ ନୃତ୍ୟ କରି ମାଗୁ ଥିବା ବେଳେ ବୁଢ଼ା ବୁଢ଼ୀ ମାନେ ସମ୍ବଲପୁରୀ ଗୀତ ଗାଇ ଢଗ କହି ମଜା କରୁଥିବାଦୃଶ୍ୟ ପାଇକମାଳରେ ଦେଖା ଯାଇ ଥିଲା ।
ସେହିପରି ଜର୍ଜଗଡ଼ ଗ୍ରାମରେ ଜଣେ ଝିଅ ପ୍ରିନସି ପ୍ରଧାନ ଛୋଟ ଛୋଟ ଛୁଆ ମାନଙ୍କୁ , ଧାନ, ଚାଉଳ ପିଠା ସହ ଟଙ୍କା ପ୍ରତି ଛୁଆ ଙ୍କୁ ତାର ଆଇ ସାଙ୍ଗରେ ଛେର ଛେରା ବାଣ୍ଟୁ ଥିବାର ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରିନସି ପ୍ରଧାନକୁ କଣ ବାଣ୍ଟୁଛ ବୋଲି ପଚାରିବାରୁ ଆଜି ପୌଷ ପୁର୍ଣିମା ଛୋଟ ଛୁଆ ମାନଙ୍କୁ ପିଠା କିଛି ଟଙ୍କା, ଓ ଧାନ ଚାଉଳ, ପୁଣ୍ୟ ଅର୍ଜନ ପାଇଁ ବାଂଟୁଛି ଓ ଏହା ଅମର ପରମ୍ପରା ରହିଛି ବୋଲି ଖୁସିରେ ହସି ହସି ପ୍ରିନସି କହିଥିଲେ।|