Saturday, March 7, 2026
Homeରାଜନୀତିଆଶୀର୍ବାଦ ସଭାରେ ଗାଁ ମାଟିର ସନ୍ତାନକୁ ଆଶୀର୍ବାଦ କରିବା ପାଇଁ ଅନୁରୋଧ ।

ଆଶୀର୍ବାଦ ସଭାରେ ଗାଁ ମାଟିର ସନ୍ତାନକୁ ଆଶୀର୍ବାଦ କରିବା ପାଇଁ ଅନୁରୋଧ ।

ପାଇକମାଳ(ଦୁର୍ଯ୍ୟୋଧନ ପୁଟା)- ବରଗଡ଼ ଜିଲ୍ଲା ପାଇକମାଳ ସ୍ଥିତ ନୃସିଂହନାଥ ଧର୍ମଶାଳା ପରିସରରେ ବିଜେପି ର ଏକ ଆଶୀର୍ବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହାକୁ ସରୋଜ ସାମଲ ସଂଯୋଜନା କରିଥିଲେ। ଏହି ସଭାରେ ପାଇକମାଳ ନାଗରିକ କମିଟି, ବ୍ୟବସାୟୀ ସଂଘ ଓ ଅନ୍ୟାନ୍ୟ ସଂଘ୍ ସହିତ ଗ୍ରାମର ଭାଇଭଉଣୀ ମାନେ ଉପସ୍ଥିତ ହୋଇଥିଲେ। ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ବ୍ୟକ୍ତବରେ ତାଙ୍କ ବିଧାୟକ ଥିବା ସମୟରେ କରିଥିବା କାର୍ଯ୍ୟ ଓ ଆଗାମୀ ଦିନରେ ଗାଁ ମାଟି ଓ ବରଗଡ଼ ପାଇଁ ଉନ୍ନୟନ କାର୍ଯ୍ୟ ଗୁଡ଼ିକୁ ସମ୍ପୁର୍ଣ କରିବାପାଇଁ ସମ୍ପର୍ପିତ ବୋଲି କହିଥିଲେ।

ପାଇକମାଳ ବାସିନ୍ଦା ତଥା ସାଂସଦ ପ୍ରାର୍ଥୀ ଭାବରେ ପ୍ରଦୀପ ପୁରୋହିତଙ୍କୁ ବିଜେପି ଦଳ ମନୋନୀତ କରିଥିବାରୁ ସେ ଗାଁ ମାଟି ହିସାବରେ ସମସ୍ତଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ। ସଭାରେ ପାଇକମାଳ ମହିଳା ଓ ପୁରୁଷ ତଥା ଭଦ୍ରବ୍ୟକ୍ତି ମାନେ ହୁଲ ହୋଳି ହରିବୋଲ ଦେବା ସହ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଆଶୀର୍ବାଦ କରିଥିଲେ।

error: Content is protected !!