Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଆର ପାରିରେ ମାଁ ବାପା ବେସାହାରା ପାଞ୍ଚ ଭାଇ ଭଉଣୀ: ଅନ୍ୟଙ୍କ ଗାଇ ଗୁହାଳ ସାଜିଛି...

ଆର ପାରିରେ ମାଁ ବାପା ବେସାହାରା ପାଞ୍ଚ ଭାଇ ଭଉଣୀ: ଅନ୍ୟଙ୍କ ଗାଇ ଗୁହାଳ ସାଜିଛି ଆଶ୍ରୟ ସ୍ଥଳୀ।

ଦାଦନ ଗଡର କରୁଣ କାହିଣୀ,କାହା ପାଇଁ ସରକାରୀ ଯୋଜନା ?

ତୁରେକେଲା – ସ୍ବପ୍ନ ଥିଲା ଦାଦନ ଗଡ ରେ ଜନ୍ମ ନେଇଛୁ ଭଲ ପାଠ ପଢି ବଡ ମଣିଷ ହେବୁ ଏବଂ ନିଜ ଗାଁ ର ନାକୁ ଆଗକୁ ନେବୁ ହେଲେ ବିଧିରବିଧାନ ବି କିଛି ଅଲଗା ଯେଉଁ ବୟସରେ ସେମାନେ ସ୍କୁଳ ଯିବା କଥା ସେହି ବୟସରେ ଆଜି ସେମାନେ ନିଜ ପେଟ ପାଇଁ ଅନ୍ୟ ଠାରେ ମୂଳ ଲାଗି ୬ ମାସ ପାଇଁ ଦାଦନ ଯାଉଛନ୍ତି। ଗାଁ ରେ ରହିବାକୁ ଘର ଖଣ୍ଡେ ନାହିଁ ଅନ୍ୟ ଲୋକଙ୍କ ଗାଇଗୁହାଳ ରେ ଜୀବନ ବିତାଉଛନ୍ତ ୫ ଭାଇ ଭଉଣୀ ନା ଅଛି ମାଁ ସେନ୍ହ ନା ପାଉଛନ୍ତି ବାପା ର ଭଲ ପାଇବା ସରକାରୀ ଯୋଜନା ଯେମିତି ତାଙ୍କ ପାଇଁ ସାତ ସ୍ବପ୍ନ ହୋଇପଡିଛି। ଆମେ କେଉଁ ଚଳଚ୍ଚିତ୍ର କାହାଣୀ କହୁନାହୁ ଦାଦନ ଗଡର ରୁ ଆସିଛୁ ଏହି କୋହ ଭଲା କରୁଣ କାହାଣୀ।

ବଲାଙ୍ଗୀର ଜିଲ୍ଲା ର ଉପାନ୍ତ ତୁରେକେଲା ବ୍ଲକ ଅନ୍ତର୍ଗତ ଗଡଗଡବାହାଲ ଗାଁ ର ବେସାହାରା ଯଶୋବନ୍ତି ପହରିଆ (୧୭) ଦାଦନ ଖଟିବାକୁ ଯାଇ ନିଜର ଛୋଟ ୪ ଭାଇଙ୍କୁ ପୋଷଣ କରୁଛନ୍ତି। ଅନେକ ସମୟରେ ତାଙ୍କ ପାଇଁ ଖାଇବାକୁ କିଛି ନ ଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଖାଇବା ପାଇଁ ଯୋଗାଇ ଦେଉଛନ୍ତି। ବହୁତ୍ କଷ୍ଟରେ ନିଜ ୪ ଭାଇଙ୍କ ସହିତ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଯଶୋବନ୍ତି। ଗତ ୪ ବର୍ଷ ଆଗରୁ ତାଙ୍କ ବାପା ଦଶରଥ ପହରିଆ ଏକ ଅଜଣା ରୋଗ ରେ ଆକ୍ରାନ୍ତ ହୋଇ ଆଖିବୁଜିଲେ ସେହିପରି ତାଙ୍କ ମାଆ ଦୃପଦି ପହରିଆ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ମୃତ୍ୟୁ ହୋଇଥିଲା। ଗରିବ ଶ୍ରେଣୀ ର ପରିବାର ପାଇଁ ସରକାର ଅନେକ ଯୋଜନା କରିଥିବା ବେଳେ ଦାଇତ୍ବ ଥିବା ବିଭାଗୀୟ ଅଧିକାରୀ ଙ୍କ ବୈମାତୃକ ମନୋଭାବ ଯୋଗୁଁ ଏହି ୫ ଭାଇ ଭଉଣୀ ସରକାର ଙ୍କ ସମସ୍ତ ଯୋଜନା ରୁ ବଞ୍ଚିତ ଅଛନ୍ତି।

ତୁରେକେଲା ବ୍ଲକ କାର୍ଯ୍ଯାଳୟ ରୁ ଏହି ଗାଁ ୩ କି.ମ ଅବସ୍ଥିତ ଥିବା ବେଳେ ଆଜି ଏମିତି ଦୁଃଖଦାୟକ ଘଟଣା ଦେଖାଦେଇଛି। ଏନେଇ ଏମାନେ ଅନେକ ଥର ୱାର୍ଡ ମେମ୍ବର ରୁ ସରପଞ୍ଚ ସହ ଅନେକ କାର୍ଯ୍ଯାଳୟ କୁ ଅନେକ ଥର, ଯାଇଥିଲେ ମଧ୍ଯ ତାଙ୍କ ଦୁଃଖ ଉପରେ କାହାର ନଜର ନାହିଁ। ସ୍ବପ୍ନ ଦେଖିବାକୁ ଯେମିତି ଏମାନଙ୍କ ପାଖରେ ରାତି ନାହିଁ, ବଞ୍ଚିବାକୁ ପ୍ରତିଟି ମୁହୂର୍ତ୍ତ ରେ ଏମାନେ ସଂଘର୍ଷ କରୁଛନ୍ତି। ଏମାନ ଦୁଃଖ ଦେଖି ଗୋଟିଏ ପ୍ରଶ୍ନ ଆସୁଛି ଯେ ଏହି ସରକାରୀ ଯୋଜନା କାହା ପାଇଁ ?। ସରକାର ଯେତେ ଯୋଜନା କରୁଥିଲେ ମଧ୍ଯ ବାସ୍ତବ ରେ ତାର ବ୍ୟତିକ୍ରମ ଅନେକ ସମୟରେ ଦେଖା ଦେଉଛି। ପୂର୍ବରୁ ଯଶୋବନ୍ତି ଙ୍କ ଜେଜେ ମାଁ ଡମେନ ପହରିଆଙ୍କ ନାମରେ ଏକ ଆବାସ ଗୃହ ଆସିଥିଲା ହେଲେ ଜଣେ ଠିକାଦାର ଗୃହ କର୍ମ ଅଧାରୁ ଛାଡି ମିଥିଆ ବିଲ କରି ଟଙ୍କା ହଡ଼ପ କରି ଦେଇଛନ୍ତି। ଏହି ବେସାହାରା ୫ ଭାଇ ଭଉଣୀ ପ୍ରତି ରାଜ୍ଯ ସରକାର ଏବଂ ପ୍ରଶାସନ ନଜର ଦେଇ ସରକାର ଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଗାଁ ଲୋକେ ନିବେଦନ କରିଛନ୍ତି।

error: Content is protected !!