ପଶ୍ଚିମ୍ ଉଡଶାର୍ ଶିଘା ତିହାର୍ ଇଟା
ନାଆଁ ଟା ନୂଆଁ ଖାଇ
ଭାବର୍ ବନ୍ଧନ୍ ଟା କେନ୍ତା ସୁନ୍ଦର୍
ଗୁଟେ ଠାନେ ଠୋଲ୍ ହେଇ ।।
ଯିଏ ଯେନ ଥିଲେ ନୂଆଖାଇ ବେଲେ
ଯାଏସି ନିଜର୍ ଘର
ମିଳିମିଶି କରି ଦିନ କଟାସନ୍
ସମକେ କରି ନିଜର୍ ।।
ଖିରି ମଡା ପିଠା ମାଏନ୍ ମନସା
ନୂଆଁ ଚରା ଧାନ୍ ନେଇ
ଇଷ୍ଟଦେବୀ ଆଉ କ୍ଷେତ୍ ଖଲା ଠାନେ
ପୂଜାପାଠ୍ ସାରିଦେଇ ।।
ରାଗ୍ ରୁଷା ମାନ୍ ଅଭିମାନ୍ ଭୁଲି
ହେଇ ଯାଏସନ୍ ଗୁଟେ
ମିଲିମିଶି ସଭେ ଗୁଟେ ଠାନେ ବସି
ଖାଏସନ୍ ଖାନା ପେଟେ ।।
ଗାଁର୍ ଛୁଆପିଲା ଏକ୍ ଜୋଟ୍ ହେଇ
ଖେଲସନ୍ କେତେ ଖେଲ୍
ଧଙ୍ଗରା ଧାଙ୍ଗରି ନାଚ୍ ଗୀତ୍ ତାଲେ
ଝୁମସନ୍ ହେଇ ମେଲ୍ ।।
ଗାଁଆର୍ ଖୁଲି ନ ବସିକରି ଲୁକେ
ରଡ଼ାକିଲ୍ଲା ହେଇକରି
ମଉଜ୍ ମସଲିସ୍ କରସନ୍ ସଭେ
ଗୁଡୁ , ତାସ୍ ଖେଲି ଖେଲି ।।
ଆମର୍ ଗରବ୍ ଆମର୍ ପରବ୍
ଆମର୍ ଶିଘା ତିହାର୍
ବଛର୍ ପୁରଲା ନୂଆଖାଇ ଉଧେ
ସମକୁ ମୋର୍ ଜୁହାର୍ ।।
ମାଁ ଗୋ ସମଲେଇ ଗୁହାରୀ କରୁଛେ
ଇ ପରବ୍ ଦିନେ ମୁଇ
ଜଗତ୍ ଯାକର୍ ଭାଏ ବହେନ୍ କେ
ସାହା ହେଇଥିବୁ ତୁଇ ।।

ଡ.ପ୍ରେମାନନ୍ଦ ବେହେରା
ପଦ୍ମପୁର, ବରଗଡ଼
ମୁଖ୍ୟ ଉପଦେଷ୍ଟା
ମାନସିଂହ ସାହିତ୍ୟ ସଂସଦ
ନନ୍ଦଳା, ପୁରୀ

