ପଦ୍ମପୁର-ପଦ୍ମପୁର ବରିଷ୍ଠ ନାଗରିକ ସଂଘ ତରଫରୁ ଆନ୍ତର୍ଜାତିକ ବୟସ୍କ ନାଗରିକ ଦିବସ ଶିଶୁଉଦ୍ୟାନ ପରିସର ମଧ୍ଯରେ ଥିବା ସଂଘର କାର୍ଯାଳୟ ମଧ୍ଯରେ ସଭାପତି ଶ୍ରୀଯୁକ୍ତ ଜୟନାରାୟଣ ତ୍ରିପାଠୀଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ଯବକ୍ତା ଭାବେ ବରିଷ୍ଠ ନାଗରିକ ଡ.ବାଞ୍ଛାନିଧି ପଣ୍ଡା ଯୋଗଦାନ କରି ବରିଷ୍ଠ ନାଗରିକ ମାନଙ୍କ ସମାଜ ପ୍ରତି ଅବଦାନ, ସେମାନଙ୍କ ସୁରକ୍ଷା ଏବଂ ଅନ୍ଯାନ୍ଯ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ଗୌନ୍ତିଆ କୁମାର ସାହୁ ଏବଂ ପୁରନ୍ଦର ଦୋରା ଯୋଗଦାନ କରି ବୟସ୍କ ନାଗରିକ ଦିବସ ଉପରେ ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ଶ୍ରୀଯୁକ୍ତ ପୂର୍ଣଚନ୍ଦ୍ର ପାଣିଗାହୀ ଉପସ୍ଥିତ ଅତିଥି ଏବଂ ସଦସ୍ଯ ମାନଙ୍କୁ ସ୍ଵାଗତ ଜଣାଇବା ସହିତ ବୟସ୍କ ନାଗରିକ ଦିବସର ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ ।

ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ବରିଷ୍ଠ ସଂଘକୁ ଆଗେଇ ନେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସଭା ଶେଷରେ ସଂଘର ସଦସ୍ଯ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘର ସଦସ୍ଯ ବୃନ୍ଦ ଯୋଗଦାନ କରି ସହଯୋଗ କରିଥିଲେ ।



