Saturday, March 7, 2026
Homeଅଘଟଣଆନ୍ତଃଜିଲ୍ଲା ବାଇକ ଚୋରି ରାକେଟର ପର୍ଦାଫାଶ : ଚାରି ବାଇକ ଲୁଟେରା ସହ ନଅ ବାଇକ...

ଆନ୍ତଃଜିଲ୍ଲା ବାଇକ ଚୋରି ରାକେଟର ପର୍ଦାଫାଶ : ଚାରି ବାଇକ ଲୁଟେରା ସହ ନଅ ବାଇକ ଜବତ ।

କୁଚିଣ୍ଡା(ତପନ ଦାଶ)-ଏକ ବଡ ଧରଣର ଆନ୍ତର୍ଜିଲା ଚୋର ଗ୍ୟାଙ୍ଗର ପର୍ଦାଫାଶ କରିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପୋଲିସ।୩ ବାଇକ ଲୁଟେରା ସହିତ ଜଣେ ବାଇକ କ୍ରେତାଙ୍କୁ ଗିରଫ କରିବା ସହ ୯ ବାଇକ ଜବତ କରିଥିବା କୁଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଗତ ଜୁଲାଇ ମାସରୁ ଏହି ରାକେଟ କୁଚିଣ୍ଡା ଅଞ୍ଚଳରେ ସକ୍ରିୟ ଥିବା ବେଳେ, ବିଭିନ୍ନ ସ୍ଥାନରୁ ନୂଆଁ ନୂଆଁ ଦାମି ବାଇକ ଦେଖି ଚୋରି କରିବା ସହ କମ ଦାମରେ ବିକ୍ରି କରୁଥିଲେ।ଆବଶ୍ୟକ ସ୍ଥଲେ ସେମାନେ ବାଇକ ଗୁଡିକୁ କମ ଦାମରେ ବନ୍ଧକ ଦେଇ ଟଙ୍କା ଉପାର୍ଜନ କରୁଥିଲେ।

ଲୁଟେରା ମାନଙ୍କ ମଧ୍ୟରେ ଜଣେ ଝାରସୁଗୁଡା ବଡମାଲ ଥାନା ଅଞ୍ଚଳର ଓ ଅନ୍ଯ ଦୁଇଜଣ କୁଚିଣ୍ଡା ଥାନା ଅଞ୍ଚଳର ହୋଇଥିବା ବେଳେ କ୍ରେତା ଜଣକ ମଧ୍ୟ କୁଚିଣ୍ଡା ଥାନା ଅଞ୍ଚଳର ବୋଲି ସୂଚନା ଦିଆଯାଇଛି।ଅନ୍ୟ ପକ୍ଷରେ ସେମାନଙ୍କ ଠାରୁ ନଅ ଗୋଟି ବାଇକ ସହ ପାଞ୍ଚ ଗୋଟି ସ୍ମାର୍ଟ ମୋବାଇଲ ଫୋନ ଜବତ କରାଯାଇଥିବା ବେଳେ, ସେଥିରେ ରହିଛି ଚାରି ଗୋଟି ଟିଭିଏସ ଆପାଚି, ତିନି ଗୋଟି ହୋଣ୍ଡାବାଇକ,ଗୋଟିଏ ହିରୋହୋଣ୍ଡା ଆଇସ୍ମାଟ ଏବଂ ୟାମାହା ଆରଓ୍ବାନ ଫାଇବ ।

ତିନି ଜଣ ଚୋର ହେଲେ କୁଚିଣ୍ଡା କୁଡାପଡାର ନରେନ୍ଦ୍ର ସୁନାନୀ,ଲସାର ମୁକେଶ୍ୱର ଦେହୁରୀ, ରାମପୁର ବଡ଼ମାଲର ମନୋଜ ପଞ୍ଚମ ଏବଂ ଗାଡି କିଣିଥିବା ବ୍ୟକ୍ତିଟି ହାଡିପାଲିର ସୂଜଳ ପଟେଲ । ପୋଲିସ ସମସ୍ତ ଚାରିଜଣଙ୍କୁ କୁଚିଣ୍ଡା ଥାନା କେଶ ନମ୍ବର ୩୩୬, ୪୨୧, ୪୫୩, ୩୩୩, ୩୫୭ /୨୦୨୪ ଅଣ୍ଡରସେକ୍ସନ ୩୦୩(୨)ବିଏନଏସରେ ମାମଲା ରୁଜୁ କରି ଗିରଫ କରିଛି । ଏହି ରାକେଟକୁ ଏସଆଇ ଅମର ହୋତା ଓ ଏଏସଆଇ ସୋମନାଥ ବିଶ୍ୱାଳ ଧରିବାରେ ଦାୟିତ୍ୱ ନେଇଥିଲେ ।

error: Content is protected !!