ଗାଇସିଲେଟ-ପୂର୍ବରୁ ଲୋକଙ୍କ ପାଇଁ ଯାତ୍ରୀ ପରିବହନ ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷ ପତ୍ର ଅର୍ଥାତ ମାଲ ପରିବହନ ପାଇଁ ଏକ ମାତ୍ର ମାଧ୍ୟମ ଥିଲା ଶଗଡ଼ ଗାଡି ।ସେତେବେଳେ ଗାଁ ଗଣ୍ଡାର ଅଧିକାଂଶ ଘରେ ଶଗଡ଼ ଗାଡି ଥିବା ଦେଖିବାକୁ ମିଳୁଥିଲା।କିନ୍ତୁ ବିଜ୍ଞାନ ର ଅଗ୍ରଗତି ଏବଂ ଯନ୍ତ୍ର ଯୁଗର ଆଗମନ ପରେ ଏକଦା ମଣିଷ ମାନଙ୍କ ପାଇଁ ନିତାନ୍ତ ଆବଶ୍ୟକ ଥିବା ଶଗଡ଼ ଗାଡି ଅଲୋଡ଼ା ହୋଇ ବିଲୁପ୍ତ ପାଇବାରେ ଲାଗିଛି ଓ ଶଗଡ଼ ଗାଡିର କେଁ କଟର ଧ୍ୱନି କେବେ ଠାରୁ କାଳର କରାଳ ଗର୍ଭରେ ହଜି ଗଲାଣି |
କାଠରେ ନିର୍ମିତ ଓ ପ୍ରଦୂଷଣ ବିହୀନ ପ୍ରାଚୀନ ପରିବହନ ଯନ୍ତ୍ର ଏବେ ଆଧୁନିକତାର ଛାପରେ ବେଶ ଅଲୋଡ଼ା ହୋଇ ପଡିଛି |ପାୱାର ଟିଲର, ଟ୍ରାକ୍ଟର ଆଦି ଆଧୁନିକ କୃଷି ଭିତ୍ତିକ ଯନ୍ତ୍ରରେ ଚାଷକାମ କରି ଧାନ ଅମଳ କରିବା ଏବଂ ପରିବହନ କରିବା ସହଜ ହେଉଛି।ସେହିପରି ପୂର୍ବରୁ ଯାନୀଯାତ୍ରା, ବିବାହ ଘର ତଥା ଜଙ୍ଗଲରୁ କାଠ ଆଣିବା, ବାଲି, ମାଟି, ଇଟା, ପଥର ବୋହିବା କାର୍ଯ୍ୟରେ ବ୍ୟାପକ ଭାବେ ଶଗଡ଼ ଗାଡିର ବ୍ୟବହାର ହେଉଥିଲା |
କିନ୍ତୁ କମ ସମୟ ମଧ୍ୟରେ ଯାତାୟାତ ପାଇଁ ବାଇକ, କାର, ବସ ଭଳି ଯାନବାହାନର ବହୁଳ ପ୍ରଚଳନ ଯୋଗୁଁ ଶଗଡ଼ ଗାଡି ଯାତ୍ରୀ ପରିବହନ ପାଇଁ ଆଦ୍ୟୋ ବ୍ୟବହାର ହେଉନାହିଁ |କାଁ ଭାଁ ଗ୍ରାମାଞ୍ଚଳରେ ଗରିବ,ଆର୍ଥିକ ଦୁର୍ବଳ ଓ ସ୍ୱାବଲମ୍ବୀ ଚାଷୀ ଶଗଡ଼ ଗାଡ଼ିରେ ଧାନକ୍ଷେତରୁ ଧାନ ଅମଳ କରି ଖଳାକୁ ଆଣୁଥିବାର ବିରଳ ଦୃଶ୍ୟ ଦେଖିବାକୁ ମିଲୁଛି।