Saturday, March 7, 2026
Homeରାଜ୍ୟଆଦିବାସୀ ଯୁବକଙ୍କୁ ବିପୁଳ ସମ୍ବର୍ଦ୍ଧନା ।

ଆଦିବାସୀ ଯୁବକଙ୍କୁ ବିପୁଳ ସମ୍ବର୍ଦ୍ଧନା ।

ଗାଁ ଲୋକଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

ଭଳ ପାଠ ପଢ଼ି ମେଣ୍ଢା ଚରାଇବାକୁ କରୁନଥିଲେ କୁଣ୍ଠାବୋଧ ।

ପାଇକମାଲ-ଇଚ୍ଛା ଶକ୍ତି, ଦୃଢ଼ ମନୋବଳ ତଥା ଦାରିଦ୍ର୍ୟତାକୁ ହାର ମାନିଛି କଠିନ ପରିଶ୍ରମର ସଫଳତା ଏକଥା ପ୍ରମାଣିତ କରିଛନ୍ତି ପାଇକମାଲ ବ୍ଳକ ଉପାନ୍ତ ଭେରୁଆମୁଣ୍ଡା ଗାଁର ଅଧିବାସୀ ଯୁବକ ରତ୍ନାକର ମାଝୀ । ପିତାମ୍ବର ମାଝୀଙ୍କ ବଡ଼ ପୁଅ। ଚାଷୀ ପରିବାରରୁ ଜନ୍ମ ହୋଇ ତାଙ୍କ ପିଢ଼ିରୁ ପ୍ରଥମ ସରକାରୀ ଚାକିରିଆ।ବାପା ଧାର ଉଧାର କରି ପଇସା ଯୋଗାଡ଼ କରି ପାଠ ପଢ଼ିଲେ। ବାପାଙ୍କୁ ଚାଷ କାମ ସହିତ ମେଣ୍ଢା ମଧ୍ୟ ଚରାଇବାକୁ କୁଣ୍ଠାବୋଧ କରୁନଥିଲେ।

ଝଡ଼ ଜଞ୍ଜାଳ ମଧ୍ୟରେ ବିଏଡ ପାଠ ସାରି ଓଏସଇଟି ପାସ କରିବା ପରେ ଏସଏସବିରୁ ପିଜିଟି ପଦବୀ ଆବେଦନ କଲେ । ପଢ଼ାପଢ଼ି କରି ଭଳ ମାର୍କ ରଖି ହିନ୍ଦୀ ଶିକ୍ଷକ ଭାବରେ ଚୟନ ହୋଇ ମୁଖ୍ୟମନ୍ତ୍ରୀ ଠାରୁ ନିଯୁକ୍ତି ପତ୍ର ଗ୍ରହଣ କଲେ । ଗାଁ ଯୁବକ ପାଇଁ ଉଦାହରଣ ସାଜିଛନ୍ତି। ରାୟଗଡ଼ା ଜିଲ୍ଲା ୧୭ ତାରିଖ ଚାକିରୀ ଯୋଗଦେଇ ଶୁକ୍ରବାର ନିଜ ଗାଁକୁ ଫେରିଛନ୍ତି। ଗାଁରେ ବନ୍ଦାପନା କରି ସମ୍ବର୍ଦ୍ଧନା ଦେଇଛନ୍ତି ତାଙ୍କ ପରିବାର, ଆତ୍ମୀୟଜନ ତଥା ଗ୍ରାମବାସୀ।

ତାଙ୍କ ସମ୍ପର୍କୀୟମାନେ ବନ୍ଦାପନା ସମ୍ବର୍ଦ୍ଧନା ପାଇଁ ଘରକୁ ଆସିଛନ୍ତି।ଏହି ସମ୍ବର୍ଦ୍ଧନା ସଭାରେ ସାମ୍ବାଦିକ ଗିରିଶ ଚନ୍ଦ୍ର ମାଝୀ, ଭେରୁଆମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲିଙ୍ଗେଶ୍ବର ମୁଟୁକିଆ, ସୁବାଷ ମାଝୀ,,ମୋତିରାମ ବରିହା,ଫିରୋଜ ମହମ୍ମଦ, ଯାଦବ ମାଝୀ,କେଶବ ସାହୁ ,ସୃସିଙ୍ଗ ମାଝୀ, କୀର୍ତ୍ତି ପୂଜାରୀ,ତୁଲସି ମାଝୀ, ନାରାୟଣ ସାହୁ, ମହନଲାଲ୍ ମାଝୀ ସମେତ ଗ୍ରାମବାସୀ ସମ୍ବର୍ଦ୍ଧନା ଦେଇଛନ୍ତି।

error: Content is protected !!