Saturday, March 7, 2026
Homeରାଜ୍ୟଆଦିବାସୀ ବୃଦ୍ଧା ଶ୍ରୀମତୀ ତୁଳସୀ ବରିହାଙ୍କ ପାଦ ଧୋଇଲେ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ।

ଆଦିବାସୀ ବୃଦ୍ଧା ଶ୍ରୀମତୀ ତୁଳସୀ ବରିହାଙ୍କ ପାଦ ଧୋଇଲେ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ କେନ୍ଦୁଭଟା ଗ୍ରାମରେ ଏକ ଅସଂପୂର୍ଣ୍ଣ କଲ୍ଯାଣ ମଣ୍ଡପକୁ ସଂପୂର୍ଣ୍ଣ କରିବା ପାଇଁ ସାଂସଦ ଉନ୍ନୟନ ପାଣ୍ଠିରୁ ୪ ଲକ୍ଷ ଟଙ୍କା ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ନିମନ୍ତ୍ରଣ କ୍ରମେ ଉକ୍ତ କଲ୍ଯାଣ ମଣ୍ଡପ କାର୍ଯ୍ଯ ଶୁଭାରମ୍ଭ କରିବା ପାଇଁ ନଡିଆ ବାଡେଇବା ପାଇଁ ସାଂସଦ ଶ୍ରୀ ପୁରୋହିତ ଗାଁରେ ପହଞ୍ଚି ଥିଲେ ।

ଗ୍ରାମବାସୀ ଶତାଧିକ ମହିଲା, ପୁରୁଷ ସାଂସଦଙ୍କୁ ସ୍ବାଗତ କରି ପାଛୋଟି ନେଇ ଥିଲେ। ସେ ଶୋଭାଯାତ୍ରାରେ ସାମିଲ ଥିବା ଉକ୍ତ ଗ୍ରାମର ଗନ୍ଧମାର୍ଦ୍ଦନ ଆନ୍ଦୋଳନର ସତ୍ଯାଗ୍ରହୀ ୮୫ ବର୍ଷ ବୟସ୍କ ଆଦିବାସୀ ମହିୟସୀ ମହିଲା ଶ୍ରୀମତୀ ତୁଳସୀ ବରିହାଙ୍କୁ ସାଂସଦ ଶ୍ରୀ ପୁରୋହିତ ପାଦଧୋଇ ସମ୍ବର୍ଦ୍ଧିତ କରିଥିଲେ । ୧୯୮୦ ଦଶକ ଗନ୍ଧମାର୍ଦ୍ଦନ ଆନ୍ଦୋଳନରେ ସାମିଲ ଥିବା ବହୁ ଲୋକ ଗାଁ ଗାଁରେ ଅଛନ୍ତି ।

error: Content is protected !!