Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷଣିୟ ପ୍ରଦର୍ଶନୀ।

ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷଣିୟ ପ୍ରଦର୍ଶନୀ।

ବରପାଲି-ବରପାଲି ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ସଂସ୍କୃତ ଶିକ୍ଷଣିୟ ପଦର୍ଶନୀ ପାଳିତ ହୋଇଯାଇଛି। ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ଇଶ୍ବର ସାରଙ୍କ ତତ୍ତ୍ଵାବଧାନରେ କାର୍ଯ୍ଯକ୍ରମଟି ସଂଚାଳିତ ହୋଇଥିଲା। ସଂସ୍କୃତ ଗୀତ ଓ ଶ୍ଳୋକାବୃତ୍ତି ସର୍କିତ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ଅଧ୍ଯକ୍ଷ ସନ୍ତୋଷ ସାହୁଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ଯ ଅତିଥି ଭାବରେ ବରଗଡ ଜିଲ୍ଲା ଜର୍ଣ୍ଣିଲିଷ୍ଟ ଏସୋସିଏସନ ଉପ ସଭାପତି ପ୍ରଭୁ ମାହାନ୍ତି ଏବଂ ସମ୍ମାନିତ ଅତିଥି ଭାବରେ ସମାଜ ବଲାଙ୍ଗିର ଏଡିସନ ସହକାରୀ ସଂପାଦକ ସୁବ୍ରତ ସାହୁ ଯୋଗ ଦେଇ ପଦର୍ଶନୀକୁ ଅନାବରଣ କରିଥିଲେ।

ସମ୍ମାନିତ ଅତିଥି ଭାବେ ସହକାରୀ ଶିକ୍ଷକ ମଣ୍ତଳି ଉପସ୍ଥିତ ରହିଥିଲେ। ଏହି ଅଭସରରେ ଅତିଥି ମାନେ ସଂସ୍କୃତ ଭାଷାର ମହତ୍ତ୍ବ ଓ ଆୟୋଜିତ ପଦର୍ଶନୀ ସମ୍ପର୍କିତ ଶିକ୍ଷଣିୟ ବୃତାନ୍ତକୁ ନେଇ ବୁଝାଇଥିଲେ । ପଦର୍ଶନୀ କୋଠରୀରେ ଛାତ୍ରଛାତ୍ରୀ ମାନଙ୍କ ଜ୍ଞାନ ଆହାରଣ ପଥକୁ ସୁଗମ କରିବା ନିମନ୍ତେ ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରି ମାନ ସଂସ୍କୃତ ଭାଷା ଉପଯୋଗ ମାଧ୍ଯମରେ ସଜ୍ଜିତ କରାଯାଇଥିଲା। ସେହିପରି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରସ୍ତୁତ ଭିନ୍ନଭିନ୍ନ ଶୈଳିର ଚିତ୍ର ମାନ ସ୍ଥାନ ପାଇଥିଲା।

error: Content is protected !!