Sunday, June 8, 2025
spot_imgspot_imgspot_img
Homeରାଜ୍ୟଆତ୍ମ ସୁରକ୍ଷା ଶିକ୍ଷଣ କର୍ମଶାଳା ଉଦଯାପିତ ।

ଆତ୍ମ ସୁରକ୍ଷା ଶିକ୍ଷଣ କର୍ମଶାଳା ଉଦଯାପିତ ।

ପଦ୍ମପୁର – ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଦଶ ଦିବସୀୟ ମହିଳା ଆତ୍ମ ସୁରକ୍ଷା ଶିକ୍ଷଣ କାର୍ମଶାଳା ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା କଳ୍ପନାରଣୀ ନାଥଙ୍କ ସଭାପତିତ୍ଵରେ ଏପ୍ରିଲ୍ ୦୨ ତାରିଖରେ ଆନୁଷ୍ଠାନିକ ଭାବରେ ଶିବିରଟି ଉଦଘାଟିତ ହୋଇଥିଲା । +୩ ପ୍ରଥମ ବର୍ଷର ୧୯୦ଜଣ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଶିକ୍ଷା ବିଭାଗର ଅଧ୍ୟାପିକା ଡ଼. ଚନ୍ଦ୍ରିକା ଭୋଇଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା । ମାଷ୍ଟର ଟ୍ରେନର ଦୀପାଞ୍ଜଳି ଦୀପ ଓ ନମ୍ରତା ତାଣ୍ଡି ଏହି କାର୍ଯ୍ୟକ୍ରମକୁ ଆଗକୁ ବଢେଇ ନେଇଥିଲେ ।

୧୯୦ ଜଣ ଛାତ୍ରୀଙ୍କୁ ଆଖି ଆଗରେ ରଖି ସମସ୍ତ ଛାତ୍ରୀଙ୍କୁ ଚାରି ଭାଗରେ ବିଭକ୍ତ କରା ଯାଇଥିଲା । ପରୀକ୍ଷା ଓ ଛୁଟି ଦିନମାନଙ୍କୁ ବାଦ ଦେଇ ଦୀର୍ଘ ୧୦ ଦିନ ହେଲା ଏହି କାର୍ଯ୍ୟକ୍ରମଟି ଚାଲିଥିଲା । ଉଦଯାପନା ଦିବସରେ ସଭାପତି ନାଥ ନାରୀଶକ୍ତି ସାମର୍ଥ୍ୟ ଓ ଆତ୍ମସୁରକ୍ଷା ବିଷୟରେ ଛାତ୍ରୀମାନଙ୍କୁ ବୁଝାଇଥିଲେ । ଡ଼. ଭୋଇଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ଉଦଯାପିତ ହୋଇଥିଲା ।

error: Content is protected !!