Saturday, March 7, 2026
Homeରାଜ୍ୟଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ।

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ।

ବରପାଲି-ବରପାଲି ବ୍ଲକ ଅମ୍ବାମୁଣ୍ତା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ତେଜଙ୍ଗ କ୍ଳଷ୍ଟର ସ୍ତରୀୟ ସପ୍ତମ ମାସିକ ବୈଠକ ଆୟୋଜିତ ହୋଇଥିଲା। ବୈଠକ କାର୍ଯ୍ଯକ୍ରମକୁ ସିଆରସିସି ସଞ୍ଜୟ କୁମାର ସାହୁଙ୍କ ତତ୍ୱାଧାନରେ ଆରପି ରାଜୀବ ଲୋଚନ ସାହୁ ଓ ଲିଙ୍ଗରାଜ ପାଣ୍ଡେ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଦୀପ ମେହେର ଉଦଘାଟନ କରିଥିଲେ। ପ୍ରଧାନଶିକ୍ଷକ ମେହେର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ଆରପି ସାହୁ ପୂର୍ବ ବୈଠକର ପୁନରାଲୋଚନା କରିଥିଲେ। ପରେ ଡିସେମ୍ବର ମାସର ପାଠ୍ୟ ଖସଡ଼ା,ତଥା ଛାତ୍ର ଛାତ୍ରୀ ମାନଙ୍କ ମାନଶିକ ଗଠନ ଉପରେ ଆଲୋଚନା କରିଥିଲେ। ତା ପରେ ସାହୁ ତୃତୀୟ ଶ୍ରେଣୀ ଏକ ପାଠ୍ୟ ଖସଡ଼ା ପ୍ରସ୍ତ୍ତତ କରି ଉପସ୍ଥାପନ କରିଥିଲେ। ଲିଙ୍ଗରାଜ ପାଣ୍ଡେ ଶିକ୍ଷା ଦାନ ସମୟରେ ଉପୁଜୁଥିବା ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା ହୋଇଥିଲା।

ଆରପି ପାଣ୍ଡେ ନିପୁଣ ମେଳା ଉପରେ ସାମ୍ୟକ ଧାରଣା ଦେଇଥିଲେ। ନିପୁଣ ମେଳା ପାଇଁ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ପ୍ରସ୍ତୁତ ହେବା ପାଇଁ ପରାମର୍ଶ ଦେଇଥିଲେ। ସିଆରସିସି ସଞ୍ଜୟ କୁମାର ସାହୁ ଙ୍କ ଅଭିନବ ପ୍ରୟାସ ଦ୍ବାରା ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯକ୍ରମ ମଧ୍ୟ କରାଯାଇଥିଲା।ପରେ ବିଦ୍ୟାଲୟ ସହକାରୀ ଶିକ୍ଷକ ପ୍ରସନ୍ନ କୁମାର ବୁଦ୍ଧିଆ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!