Saturday, March 7, 2026
Homeଅଘଟଣଅସୁରକ୍ଷିତ ସରକାରୀ କର୍ମଚାରୀ,କନିଷ୍ଠ ଯନ୍ତ୍ରୀଙ୍କୁ ଚପଲ ମାଡ଼ ଗାଇସିଲେଟ ଥାନାରେ ଅଭିଯୋଗ ।

ଅସୁରକ୍ଷିତ ସରକାରୀ କର୍ମଚାରୀ,କନିଷ୍ଠ ଯନ୍ତ୍ରୀଙ୍କୁ ଚପଲ ମାଡ଼ ଗାଇସିଲେଟ ଥାନାରେ ଅଭିଯୋଗ ।

ଗାଇସିଲେଟ-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକର କନିଷ୍ଠ ଯନ୍ତ୍ରୀ ସୋମେନ୍ଦ୍ର ବେହେରା ଆଜି ସକାଳୁ ନିଜ କାର୍ଯ୍ୟରେ ଯୋଗ ଦେବାପାଇଁ ଗାଇସିଲେଟ ରୁ ରାଇସଲପଦର ଯାଉଥିବା ସମୟରେ କଲଙ୍ଗାପାଲି ଛକ ନିକଟରେ ହଟାତ ଗୌରେନମୁଣ୍ଡା ଗ୍ରାମର ବୀରେନ୍ଦ୍ର କୁମାର ସାହୁ ପୁରୁଣା TCB କାମର ମଷ୍ଟରରୁଲ ବାହାର କରିବା ପାଇଁ ବାଧ୍ୟ କରିବାରୁ କନିଷ୍ଠ ଯନ୍ତ୍ରୀ ମନାକରିଥିଲେ । ତେବେ ତୁରନ୍ତ ଉତ୍ୟକ୍ତ ହୋଇ ବିରେନ୍ଦ୍ର କନିଷ୍ଠ ଯନ୍ତ୍ରୀଙ୍କୁ ଚପଲ ରେ ମାଡ଼ ମାରିଥିଲା । ପରେ କନିଷ୍ଠ ଯନ୍ତ୍ରୀ ଏ ନେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଉକ୍ତ ଘଟଣା ବିଷୟରେ ବିଡିଓ ଶ୍ରୀଯୁକ୍ତ ଲକ୍ଷ୍ମଣ ମାଝିଙ୍କୁ ଅବଗତ କରିଥିଲେ ।

ଘଟଣା ବିଷୟରେ ବିଡିଓ ସମସ୍ତ କର୍ମଚାରୀ ମାନଙ୍କୁ ଡାକି ଏକ ବୈଠକ କରି ତୁରନ୍ତ ସମସ୍ତ କର୍ମଚାରୀ ମାନେ ଗାଇସିଲେଟ ଥାନାରେ ପହଞ୍ଚିଥିଲେ । ତେବେ ପୂର୍ବରୁ ମଧ୍ୟ ଅନେକ ଥର ବ୍ଲକ କର୍ମଚାରୀ ମାନଙ୍କ ଉପରେ ଏମିତି ଆକ୍ରମଣ ହୋଇଥିବାରୁ ବ୍ଲକ କର୍ମଚାରୀ ମାନେ ଯଦି ଉକ୍ତ ଘଟଣାର ଉଚିତ ତଦନ୍ତ କରି ପୋଲିସ ପ୍ରଶାସନ ଦୋଷୀ ବିରୁଧରେ କାର୍ଯ୍ୟାନୁଷ୍ଠାନ ନ କରେ ତେବେ କଲମ ଛାଡ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

error: Content is protected !!