Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଅସମ୍ପୂର୍ଣ୍ଣ ପାଣିଟାଙ୍କି, ଅକାମି ବସୁଧା ଯୋଜନା, ଦେଢବର୍ଷ ହେଲା ପାଣିଟାଙ୍କି କାମ ସରୁନି । ବିଶୁଦ୍ଧ...

ଅସମ୍ପୂର୍ଣ୍ଣ ପାଣିଟାଙ୍କି, ଅକାମି ବସୁଧା ଯୋଜନା, ଦେଢବର୍ଷ ହେଲା ପାଣିଟାଙ୍କି କାମ ସରୁନି । ବିଶୁଦ୍ଧ ପାନୀୟଜଳ ପାଇବାରୁ ବଞ୍ଚିତ ଗ୍ରାମବାସୀ ।

ବରଗଡ଼-ରାଜ୍ୟ ସରକାର ବସୁଧା ଯୋଜନାରେ ପ୍ରତି ଗ୍ରାମରେ ପାନୀୟ ଜଳ ଯୋଗାଇ ଦେବା ର ବ୍ୟବସ୍ଥା ଥିବା ବେଳେ ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡିଆଢିପା ପଂଚାୟତର କେନାବୁଦା ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି l ଆଜକୁ ଦେଢ଼ ବର୍ଷ ହେଲା ଗ୍ରାମରେ ବସୁଧା ଯୋଜନାରେ ପ୍ରତି ଘରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ପାଣି ଟାଙ୍କି ର ନିର୍ମାଣ ଅଧୁରା ହୋଇ ପଡି ରହିଛି l

ଗ୍ରାମର କେତେକ ଘରେ ପାଇପ ସଂଯୋଗ ହୋଇ ସାରିଛି l ହେଲେ ଲୋକେ ପାଣି ପାଇଁ ଆଁ କରି ଚାହିଁ ବସିଛନ୍ତି l କେତେଟା ଯୋଜନା ଗଲେ ଯେ ପାଣି ମିଳିବ ତାହା ଜଣା ନାହିଁ l ଦେଢ଼ ବର୍ଷ ହେଲା ଠିକାଦାର ପାଣିଟାଙ୍କି ପାଇଁ କାମ ଆରମ୍ଭ କରିଦେଇ ଆଉ ତାର ଦେଖା ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୁଏ l

error: Content is protected !!