Thursday, December 5, 2024
spot_imgspot_imgspot_img
Homeରାଜ୍ୟଅମଳ ବେଳକୁ ଅଦିନିଆ ବର୍ଷା , ବର୍ଷାରେ ଭିଜିଲା ଧାନ, ଚିନ୍ତାରେ ଚାଷୀ ।

ଅମଳ ବେଳକୁ ଅଦିନିଆ ବର୍ଷା , ବର୍ଷାରେ ଭିଜିଲା ଧାନ, ଚିନ୍ତାରେ ଚାଷୀ ।

ବୁଗୁଡା(ସୋରେନ କୁମାର ପ୍ରଧାନ)-ଲଘୁଚାପ ପ୍ରଭାବରୁ ଆଜି ଦିନ ତମାମ ବୁଗୁଡା ଅଞ୍ଚଳରେ ଆକାଶ ମେଘାଛନ୍ନ ସାଙ୍ଗକୁ ଝିପିଝିପି ବର୍ଷାର ପ୍ରତିକୁଳ ପାଗ ଚାଷୀଙ୍କୁ ଚିନ୍ତାରେ ପକାଇଛି । ଗତ ଶୁକ୍ରବାର ଦିନଠାରୁ ପାଗ ପରିବର୍ତ୍ତନ ହୋଇ ଦିନସାରା ଲଗାଣ ଝିପିଝିପି ବର୍ଷା ଲାଗି ରହିଥିଲା । ବିଲରେ ରହିଥିବା ପାଚିଲା ଧାନ ଓ କଟା ହୋଇ ପଡିଥିବା ଧାନ ଅଦିନିଆ ବର୍ଷାରେ ଭିଜି ଥିଲା। ଶନିବାର ମେଘୁଆ ପାଗ ରହିବା ସହ କାଁଭାଁ ହାଲକା ବର୍ଷା ହୋଇଥିବାରୁ କଷ୍ଟ ଅର୍ଜିତ କଟା ଫସଲକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଦିନରାତି ଏକ ଦେଇଥିଲା ।

ରବିବାର ଦିନ ପୁଣି ପୂର୍ବାହ୍ନରୁ ଝିପିଝିପି ବର୍ଷା ଯୋଗୁଁ ଚାଷୀର କଟା ଧାନ ବିଲରେ ଭିଜିଛି । କେତେକ ଚାଷୀ ଫସଲ ପଡିରହିଥିବା ବିଲରୁ ଜମିଥିବା ବର୍ଷା ଜଳକୁ ନାଳ କରି ନିଷ୍କାସନ କରୁଥିବା ବେଳେ ଆଉ କିଛି ଚାଷୀ ବର୍ଷା ପାଣିରେ ଭିଜୁଥିବା ଫସଲକୁ ବିଲରୁ ଉଠାଇ ଆଣି ଅନ୍ଯତ୍ର ପାଲ ଘୋଡାଇ ରଖୁଛନ୍ତି । ବର୍ଷା ଏଭଳି ଲାଗି ରହିଲେ କଷ୍ଟ ଅର୍ଜିତ ସୁନାର ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି।

error: Content is protected !!