Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଅବସର ନେଲେ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପମଞୁରୀ ଦେହୁରୀ ।

ଅବସର ନେଲେ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପମଞୁରୀ ଦେହୁରୀ ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲ୍ଲା ଅତାବିରା ଏନଏସି ଅଧିନ କାଣ୍ଡପାଲି ଉନ୍ନତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପମଞୁରୀ ଦେହୁରୀଙ୍କ ଅବସର କାଳୀନ ବିଦାୟ ସମର୍ଦ୍ଦନା ସଭା ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ଚେୟାରମ୍ୟାନ ଲୋଚନ ସାହୁଙ୍କୁ ସଭାପତିତ୍ବରେ । ମୁଖ୍ୟ ଅତିଥି ଭାବେ ଅତାବିରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କାର୍ତ୍ତିକେଶ୍ବର ବାଗ୍ ସମ୍ମାନିତ ଅତିଥି -ଶ୍ରୀ ନିଶିକାନ୍ତ ପଣ୍ଡା, ସଭାପତି ଅବସରପ୍ରାପ୍ତ ଶିକ୍ଷକ ସଂଘ ଅତାବିରା,ଶ୍ରୀ ବେଣୁ ଧର ମିଶ୍ର, ସଭାପତି ବରିଷ୍ଠ ନାଗରିକ କମିଟି ଅତାବିରା, ଶ୍ରୀ ନୃପ ଭୁଏ ସି,ଆର୍,ସି,ସି ମଞ୍ଚ ପରିଚାଳନା କରିଥିଲେ।ବଳରାମ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।ମନୋଜ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ୧୯୮୫ରୁ ୨୦୨୪ପର୍ଯ୍ଯନ୍ତ ସମସ୍ତ ବେଚର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଉପହାର ଓ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧନା। ଗ୍ରାମର ବରିଷ୍ଠ ନାଗରିକ, ମହିଳା, ଅଭିଭାବକ ଅତାବିରା ମଣ୍ଡଳସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା ସମ୍ବର୍ଦ୍ଧନା ପ୍ରଦାନ। ପ୍ରାୟ ପନ୍ଦର ଶହ ଲୋକ ଙ୍କ ସମାଗମ ହୋଇଥିଲା। ଗ୍ରାମ ପରିକ୍ରମା କରାଯାଇଥିଲା। ପ୍ରତ୍ୟେକ ଘରେ ଦୀପ ଜାଳି କଳସ ବସାଇ ପାଦ ଧୋଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ଗ୍ରାମବାସୀ।ବିଷ୍ଣୁ ନାରାୟଣ ସାହୁ, କାର୍ତ୍ତିକ ସାହୁ, ଦୁଆରୁ ସାହୁ,ଜଗନୁ ଭୋଇ, ଡାକ୍ତର ସାହୁ, କୃଷ୍ଣ ଚନ୍ଦ୍ର ସାହୁ,ଦଶରଥ ଭୋଇ, ବାସୁଦେବ ଭୋଇ, ଆନନ୍ଦ ସାହୁ, ଦଶରଥ ଭୋଇ,ଉପେନ୍ଦ୍ର ସାହୁ,ଟିକେଶ୍ବର ସାହୁ, ପୂର୍ବତନ ଶିକ୍ଷକ ଚମାର ମହାନନ, ନିଲାମ୍ବର ବିଶ୍ବାଳ, ସନ୍ତୋଷ କର, ସୁବଳୟା ସେଠ୍, ଉମାକାନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

error: Content is protected !!