ପଦ୍ମପୁର – ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ଠାରେ ମଧ୍ୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରେଣୁଧର ସାହୁଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ନୂତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପ୍ରମୋଦ ନାଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପରିଚାଳନା କମିଟିର ସଭାପତି ଶ୍ରୀ ଭୁମନ୍ୟୁ ସାହୁ,ଗ୍ରାମ୍ୟକମିଟିର ସଭପତି ଶ୍ରୀ ବିଶିକେଶନ୍ ଗହୀର, ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ଚିତ୍ତ ରଞ୍ଜନ ପଟ୍ଟନାୟକ , ଶ୍ରୀ କପିଳେଶ୍ୱର ବଡ ଗୁଛିଆ , ଶ୍ରୀ ସନାତନ ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ।
ଏହି ସଭାରେ ଗ୍ରାମର ଭଦ୍ରବ୍ୟକ୍ତି ଶ୍ରୀ ପରମେଶ୍ୱର ସାହୁ, ଶ୍ରୀ ବଳରାମ ସାହୁ, ଶ୍ରୀ ଅଭିମନ୍ୟୁ ସାହୁ,ଶ୍ରୀ ଲେଖ ବେହେରା, ଶ୍ରୀ ହେମଚନ୍ଦ୍ର ଭୋଇ,ଶ୍ରୀ ମନ ବେହେରା, ଶ୍ରୀ ଦେବରାଜ ସାହୁ ,ଶ୍ରୀ ପ୍ରତାପ ସାହୁ, ଶ୍ରୀ ଲକ୍ଷପତି ବେହେରା, ଶ୍ରୀ ଟଙ୍କଧର ସାହୁ, ଶ୍ରୀ ଦାମୋଦର ସାହୁ ଶ୍ରୀ ସୁବାଷ ଚନ୍ଦ୍ର ସାହୁ, ଶ୍ରୀ ପ୍ରସନ୍ନ ସାହୁ,ଶ୍ରୀ ଶ୍ୱେତ କୁମାର ପଟେଲ ଓ ଅନ୍ୟାନ୍ୟ ଭଦ୍ରବ୍ୟକ୍ତିଙ୍କ ସହ ମା ମଙ୍ଗଳା ଏସ୍ ଏଚ ଜି ଗ୍ରୁପ୍ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
ଶ୍ରୀ ଗଣେଶ ଓ ମା ସିଦ୍ଧିଦାତ୍ରୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଛାତ୍ରୀ ମାନଙ୍କ ଦ୍ୱାରା ସ୍ବାଗତ ସଙ୍ଗୀତ ଗାନ କରିବା ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତେ ଶ୍ରୀ ସାହୁଙ୍କ ଗୁଣଗ୍ରାମ ବର୍ଣ୍ଣନା କରିବା ସହ ତାଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା।
ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ତାଙ୍କର ଦୀର୍ଘ ୩୫ ବର୍ଷର ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଶ୍ରୀ ମିତ୍ରଭାନୁ ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିଲେ ଓ ଶେଷରେ ଶ୍ରୀ ଲେଖ୍ରୁ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।ଶ୍ରୀ ସାହୁ ସ୍କୁଲ ପରିସର ମଧ୍ୟରେ ଏକ ବଉଳ ଚାରା ସ୍ମୃତି ସ୍ମାରକୀ ସ୍ୱରୂପ ରୋପଣ କରିଥିଲେ। ପରିଶେଷରେ ଏକ ଶୋଭାଯାତ୍ରରେ ଶ୍ରୀ ସାହୁଙ୍କୁ ଗ୍ରାମ୍ୟ ପରିକ୍ରମା କରାଇ ତାଙ୍କ ଘର ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା।