ପଦ୍ମପୁର- ପଦ୍ମପୁର ଅଂଚଳରେ ଚୋରା ମଦ ବ୍ୟବସାୟକୁ ରୋକିବା ପାଇଁ ପଦ୍ମପୁର ଅବକାରୀ ଥାନା ଅଧିକାରୀ ଲକ୍ଷ୍ମୀଧର ମାଝୀଙ୍କ ନେତୃତ୍ୱରେ ଏକ ଟିମ ପଦ୍ମପୁର ଥାନା ଅଂଚଳର ଦେଉଲି ଓ ଫଟାମୁଣ୍ଡା ଏବଂ ଗାଇସିଲାଟ ଥାନା ଅଂଚଳର ପରମାନନ୍ଦପୁର ଗାଁ ଛକ ଠାରେ ଚଢାଉ କରିଥିଲେ ।
ଏହି ଚଢାଉରେ ପଦ୍ମପୁର ଥାନା ଦେଉଲି ଗାଁର ୨୬ ବର୍ଷିୟ ଅନିଲ ସୁନା ଠାରୁ ୯ ଲିଟର ଓ ଫଟାମୁଣ୍ଡା ଗାଁର ୫୦ ବର୍ଷିୟ ଗୋଲକ ବାଗ ଠାରୁ ୧୦ ଲିଟର ଏବଂ ଗାଇସିଲାଟ ଥାନା ଯୁବାଖୋଲ ଗାଁର ୫୯ ବର୍ଷିୟ ପିତାମ୍ବର ରଣା ଠାରୁ ୨୫ ଲିଟର ରନ୍ଧା ମଦ ଜବତ କରିଥିଲା ।
ଏହି ସଂକ୍ରାନ୍ତରେ ପଦ୍ମପୁର ଅବକାରୀ ଥାନାରେ ଏକ ମାମଲା ରୁଜୁ କରି ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଅବକାରୀ ଥାନା ଅଧିକାରୀ ଲକ୍ଷ୍ମୀଧର ମାଝୀ ସୂଚନା ଦେଇଛନ୍ତି । ଏହି ଚଢାଉରେ ଅନ୍ୟ ମାନଙ୍କ ମଧ୍ୟରେ କନେଷ୍ଟବଲ କେନାଲୁ ଭୋଇ, ରମାକାନ୍ତ ପଧାନ,ନମୋବତି ମଲ୍ଲିକ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।