ପଦ୍ମପୁର-ପାଇକମାଲ ପୋଲିସକୁ ବଡ ସଫଲତା ଅପରେସନ ପ୍ରହାର ମାଧ୍ୟମରେ ସହରାଞ୍ଚଳ ହେଉ ଅବା ଗ୍ରାମାଞ୍ଚଳ ନିଶା କାରବାରକୁ ରୋକିବା ପାଇଁ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ସଦାସର୍ବଦା ପ୍ରୟାସ ଜାରି ରଖିଛନ୍ତି। ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ସୋଢା ଗାଁ ର ଜଣେ ବ୍ୟକ୍ତି ନିଜ ଘରେ କପ ସିରଫ ରଖି ବିକ୍ରି କରୁଥିବା ଖବର ପାଇଥିଲେ । ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବରଙ୍କ ନିର୍ଦ୍ଦେଶକ୍ରମେ ପାଇକମାଲ ଥାନା ଅଧିକାରୀ କୈଳାଶଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଅଭିଯୁକ୍ତ ଦିନେଶ ବେହେରାଙ୍କ ଘରେ ଚଢାଉ କରିଥିଲେ । ଅଭିଯୁକ୍ତଙ୍କ ଘରୁ ୫୦୦ ଗୋଟି କପ ସିରଫ ସହ ଗୋଟିଏ ମୋବାଇଲ ଓ ନଗଦ ୨୨୫୦ ଟଙ୍କା ପୋଲସ ଜବତ କରିଥିଲା ।

ଅଭିଯୁକ୍ତ ଦିନେଶ ବେହେରାଙ୍କ ନାମରେ ପାଇକମାଲ ଥାନାରେ ଚାରିଗୋଟି ମାମଲା ପୂର୍ବରୁ ରହିଛି । ପାଇକମାଲ ଥାନା କେଶ ନମ୍ବର ୧୮୭/୨୦୨୫ ଆଧାରରେ ଦିନେଶ ବେହେରାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଅପରେସନରେ ପାଇକମାଲ ଥାନା ଅଧିକାରୀଙ୍କ ସମେତ କନେଷ୍ଟବଲ ଅନାଦି ସାହୁ,ତେଜବନ୍ତ ମାହକୁଡ,ସରିତା ଚୌଲିଆ,ଓଏପିଏଫ ମଦନ କୋପେ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ସାମିଲ ରହିଥିଲେ ।



