Saturday, March 7, 2026
Homeରାଜ୍ୟଅଦିନିଆ ପ୍ରଶାସନର ଜବର ଦଖଲ ଉଚ୍ଛେଦକୁ ପଡାବାସୀଙ୍କ ବିରୋଧ।

ଅଦିନିଆ ପ୍ରଶାସନର ଜବର ଦଖଲ ଉଚ୍ଛେଦକୁ ପଡାବାସୀଙ୍କ ବିରୋଧ।

ପଦ୍ମପୁର-ପାଇକମାଲ – ଝାରବନ୍ଧ ରାସ୍ତା ସଂପ୍ରସାରଣ ପାଇଁ ପ୍ରଶାସନ ତରଫରୁ ଜବର ଦଖଲ ଉଚ୍ଛେଦ ପାଇଁ ନୋଟିସ ଜାରି କରା ଯାଇଥିଲା। ପରେ ସଡକ ପଡା ବାସୀ ବର୍ଷା ସମୟରେ ଉଚ୍ଛେଦ ନ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଥିଲେ ହେଁ ପ୍ରଶାସନ ଶୁଣି ନଥିଲା। ବାଧ୍ୟ ହୋଇ ଗୁରୁବାର ପାଇକମାଲ ସଡକ ପଡାବାସୀ ଅପରାହ୍ନରୁ ପାଇକମାଲ-ଝାରବନ୍ଧ ରାସ୍ତା ଅବରୋଧ କରିଥିଲେ।

ଘଟଣା ସ୍ଥଳରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ଅତିରିକ୍ତ ତହସିଲଦାର ପହଞ୍ଚିଥିଲେ। ସ୍ଥାନୀୟ ବିଧାୟିକା ପ୍ରଶାସନ ଏତେ ନିର୍ଦୟ କାହିଁକି? ଏ ବର୍ଷା ସମୟରେ କୌଣସି ପରିସ୍ଥିତିରେ ଉଚ୍ଛେଦ କରାଯିବ ନାହିଁ ବୋଲି ଉପସ୍ଥିତ ପ୍ରସାଶନିକ ଅଧିକାରୀଙ୍କୁ ରୋକ ଠୋକ ମନା କରି ଦେଇଥିଲେ ଓ ପରେ ସନ୍ଧ୍ୟାରେ ରାସ୍ତା ଅବରୋଧରୁ ହଟିଥିଲେ ପଡାବାସୀ।

error: Content is protected !!