Saturday, March 7, 2026
Homeରାଜ୍ୟଅତାବିରା ବ୍ଲକସ୍ତରୀୟ ଜୁନିଅର ରେଡକ୍ରସ ପ୍ରଶିକ୍ଷଣ ଶିବିର।

ଅତାବିରା ବ୍ଲକସ୍ତରୀୟ ଜୁନିଅର ରେଡକ୍ରସ ପ୍ରଶିକ୍ଷଣ ଶିବିର।

ଅତାବିରା(ସୁରେନ୍ଦ୍ର କଠାର)-ବ୍ଲକସ୍ତରୀୟ ଜୁନିଅର ରେଡକ୍ରସର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଲରମ୍ଭା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଆଲୋକ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତାବିରା ବ୍ଲକର ଆଥଲେଟିକ୍ସ ସେକ୍ରେଟାରୀ ଶ୍ରୀଯୁକ୍ତ ସୁଦୀପ୍ତ କୁମାର ସାହୁ, ଜିଲ୍ଲା ଜୁନିଅର ରେଡକ୍ରସ ସାଧନକର୍ମୀ ଶ୍ରୀଯୁକ୍ତ ଧର୍ମରାଜ ପ୍ରଧାନ ଓ ଶ୍ରୀଯୁକ୍ତ ମନୋହର ଦାଶ ଏବଂ ସି.ଆର୍.ସି.ସି କେଶବ ଛନ୍ଦ ମଞ୍ଚାସୀନ ଥିଲେ।

ସଭାର ସଂଯୋଜନା କରିଥିଲେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିନୟ କୁମାର ନାଏକ। ଏଥିରେ ବ୍ଲକର କୋଡ଼ିଏଟି ବିଦ୍ୟାଳୟରୁ ୧୫୨ ଜୁନିଅରସ୍ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ଅତାବିରା ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବେ ଅତାବିରା ଏ.ବି.ଇ.ଓ ଶ୍ରୀଯୁକ୍ତ କାର୍ତ୍ତିକ ବାଗ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଆଲୋକ କୁମାର ସାହୁ,

ଏଥେଲେଟିକସ୍ ଶ୍ରୀଯୁକ୍ତ ସୁଦୀପ୍ତ କୁମାର ସାହୁ, ଜିଲ୍ଲା ଜୁନିଅର ରେଡକ୍ରସ ସାଧନକର୍ମୀ ଶ୍ରୀଯୁକ୍ତ ଧର୍ମରାଜ ପ୍ରଧାନ ମଞ୍ଚାସୀନ ଥିଲେ। ଗ୍ରୁପ୍ ନାଚ, ଗ୍ରୁପ ଗୀତ, କ୍ବିଚ୍, ପେଣ୍ଟିଂ,ଫାଷ୍ଟଏଡ୍, ଏକ୍ସଟେମ୍ପୋ ସ୍ବିଚ୍ ରେ ଶ୍ରେଷ୍ଠ ସ୍ଥାନ ରଖିଥିବା ଛାତ୍ର ଛାତ୍ରୀଙ୍କୁ ମଞ୍ଚାସୀନ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ଜୁନିଅର ରେଡକ୍ରସ କାଉନସିଲର ଶ୍ରୀଯୁକ୍ତ ମେଦିନୀ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!