ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଅଧୀନ ଭେଡେନ ବ୍ଲକ ରେମଣ୍ଡା ଖେଲ ପଡିଆରେ ବିଜେପି ର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ,ଛତିସଗଡ ଉପ ମୁଖ୍ଯ ମନ୍ତ୍ରୀ ବିଜୟ ଶର୍ମା ଯୋଗଦେଇ ନିଜ ଅଭିଭାଷଣରେ କହିଥିଲେ ଯେ ଓଡିଶାର ସାମୁହିକ ବିକାଶକୁ ତ୍ବରାନ୍ବିତ କରିବା ଏବଂ ବିକଶିତ ଓଡିଶା ଗଠନ କରିବା ପାଇଁ ବିଜେପି ସରକାର ଦରକାର । ଓଡିଆ ଭାଷା ସଂସ୍କୃତି , ଐତିହ୍ୟ , ପରମ୍ପରା , କଳା, ଭାସ୍କର୍ଯ୍ୟ ଆଦିର ସୁରକ୍ଷା ପାଇଁ ବିଜେପି ଏକ ମାତ୍ର ବିକଳ୍ପ ।ଓଡ଼ିଶାବାସୀଙ୍କ ସେବା ପାଇଁ ବିଜେପିକୁ ଥରେ ସୁଯୋଗ ଦେବାକୁ ରାଜ୍ୟବାସୀ ମନସ୍ଥର କରିଛନ୍ତି।
ଦୀର୍ଘ ୨୫ ବର୍ଷର ଭ୍ରଷ୍ଟାଚାରୀ, ଦୁର୍ନୀତି ଘୋର ଓ ଭ୍ୟାବିଚାରୀ ବିଜେଡି ସରକାରର ଅନ୍ତ ହେବା ନିହାତି ଆବଶ୍ଯକ। ନୂତନ ଓଡ଼ିଶା ଗଠନ ପାଇଁ ରାଜ୍ଯ ରାଜନୀତିରେ ପରିବର୍ତ୍ତନ ଆସିବ ଏବଂ ଓଡ଼ିଶାରେ ବିଜେପି ସରକାର ଗଠନ ହେବ ।ତେଣୁ ବରଗଡ଼ ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ଅତାବିରା ବିଧାୟକ ପ୍ରାର୍ଥୀ ନିହାରରଞ୍ଜନ ମହାନନ୍ଦ ଲେକମାନଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକାରର ଯୋଜନା ସମ୍ପର୍କରେ ଲୋକ ମାନକୁ ଅବଗତ କରାଇଥିଲେ। ଏହି ବିଜୟ ସଂକଳ୍ପ ସମାବେଶରେ ଡି ମୁରଲୀ କ୍ରିଷ୍ଣା, ଶିବ ଖମାରୀ,କୁଷ୍ନ ମହାନ୍ତି, ମିଳନ ସେଟ, ଯଶୋବନ୍ତ ସେଟ,ପ୍ରଭାସ ସିଂ ପ୍ରମୁଖ ଯୋଗଦେଇଥିଲେ।