Tuesday, April 22, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଅତାବିରା ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ।

ଅତାବିରା ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ।

ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସଭାଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାଏକ, ତହସିଲଦାର ବ୍ରଜକିଶୋର ସାହୁ, ବ୍ଲକ ଅଧ୍ଯକ୍ଷା ଗୀତାଞ୍ଜଳି ନାଏକ ପ୍ରମୁଖ ମଞ୍ଚାସୀନ ଥାଇ ଲୋକେ ମାନକଂ ବିଭିନ୍ନ ସମସ୍ୟା ବୁଝିଥିଲେ।

ଏହି କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତରୀ,ଅବକାରୀ ଅଧିକ୍ଷକ ସୁବର୍ଣ୍ଣ ନାଏକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ, ବ୍ଲକ କୃଷି ଅଧିକାରୀ ପିଂକୁସେନ କର, ଗୋଷ୍ଠୀ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ସିଡିପିଓ ଉର୍ମିଳା ପରିଡା, ବିଦ୍ୟୁତ ବିଭାଗର ଏସଡିଓ ମନ୍ମତ ଦାସଙ୍କ ସମେତ ଆହୁରି ଅନେକ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

error: Content is protected !!