Thursday, May 22, 2025
spot_imgspot_imgspot_img
Homeରାଜ୍ୟଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରିଣୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।

ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରିଣୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।

ଅତାବିରା(ସୁରେନ୍ଦ୍ର କଠାର)-ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅତାବିରା ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅତାବିରା ଶ୍ରୀମତି ରତ୍ନମୟୀ ପୁରୋହିତ ଙ୍କ ବିଦାୟ କାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ସଭା ପରିଚାଳନା କରିଥିଲେ ସି.ଆର.ସି.ସି. ରଞ୍ଜନ ବାଗ । ଏହି ଅବସରରେ ବିଦାୟୀ ଗୋଷ୍ଠୀ ଶିକ୍ଷା ଅଧିକାରିଣୀଙ୍କୁ ଫୁଲତୋଡ଼ା ଏବଂ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।

ଏହି ସମ୍ବର୍ଦ୍ଧନା ସଭାରେ ସି.ଆର.ସି.ସି. ନନ୍ଦିଘୋଷ ଭୁଏ, ଧରମ ନାଏକ,ନୃପ ଭୋଇ,ରାଜୀବ ବିଶ୍ଵାଳ, ଋଷୁଭ ପଣ୍ଡା,କେଶବ ଛନ୍ଦ, ତ୍ରିଲୋଚନ ସେଠ୍ କାର୍ଯ୍ୟାଳୟର କର୍ମଚାରୀ ଖଗେଶ୍ୱର ଅମନ୍ତ, ଦୀପକ ପ୍ରଧାନ, ଭିସ୍ମଦେବ ସରାଫ,ଅମିତ୍ ସାହୁ,ବଳରାମ ନାଗ,ସାଇସୁଧା ପାଢ଼ୀ, ସତ୍ୟବାନ ପ୍ରଧାନ,ଆନନ୍ଦ ବେହେରା,ସ୍ନେହା କୁମ୍ଭାର, ରୀତା ଜେନା, ଦେବକିଶୋର ପଟେଲ ଆଦି ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅତାବିରା ଶ୍ରୀମତି ରତ୍ନମୟୀ ପୁରୋହିତ ଙ୍କ ବଦଳି ବଲାଙ୍ଗୀର ଜିଲ୍ଲାର ପୁଇଁତଲା ବ୍ଲକ୍ କୁ ହୋଇଅଛି । ଶେଷରେ ସି.ଆର.ସି.ସି କୃତାର୍ଥ ଚନ୍ଦ୍ର ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ ।

error: Content is protected !!