Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ଶିକ୍ଷକ ଦିବସ ପାଳିତ ।

ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ଶିକ୍ଷକ ଦିବସ ପାଳିତ ।

ପଦ୍ମପୁର-ଅର୍ଥନୀତି ବିଭାଗ ର ସମ୍ମିଳନୀ ପ୍ରକୋଷ୍ଠ ରେ ବିଭାଗୀୟ ମୂଖ୍ୟ ପ୍ରାଧ୍ୟାପକ ଡଃ ବିରଞ୍ଚି ସାହୁ ଙ୍କ ସଭାପତିତ୍ବ ରେ ଶିକ୍ଷକ ଦିବସ ପାଳିତ ହୋଇଥିଲା। ବିଭାଗୀୟ ମୁଖ୍ୟ ଡଃ ସାହୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ଜଣେଇ ଛାତ୍ର ଛାତ୍ରୀମାନଙ୍କୁ ନିଜର ଭବିଷ୍ୟତ ଗଠନ ଉପରେ ଉଦବୋଧନ କରିଥିଲେ। ଛାତ୍ରଛାତ୍ରୀମାନେ ନିଜର ବକ୍ତବ୍ୟ ମାଧ୍ୟମରେ ଗୁରୁ ମାନଙ୍କର ଭୂମିକା ଉପରେ ଆଲୋଚନା କରିଥିଲେ। ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ, ଲଲାଟେନ୍ଦୁ ପ୍ରଧାନ, ଡଃ ମାମତମୟୀ ଗୁରୁ ମଧ୍ୟ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ଛାତ୍ର ଛାତ୍ରୀ ମାନେ ଗୁରୁ ପୂଜନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଆଦିତ୍ୟ, ଜୟନ୍ତ, ରାକେଶ, ମାନବ, ସଞ୍ଜୟ, ବର୍ଷା, ପାମି, ଇନ୍ଦୁ, ସବ୍ରତା, ଅଙ୍କିତା, ରୋହନ, ସାଇ ପ୍ରସାଦ, ମନୀଷା, ପ୍ରିତମ, ଉମେଶ, କଲ୍ୟାଣୀ, ବୀଣାପାଣି, ତନୁଷ୍ରୀ, ଉତ୍ପଲା, ରୂପାଲି ପ୍ରମୁଖ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରି ସଭା ଶେଷ ହୋଇଥିଲା।

error: Content is protected !!