Saturday, March 7, 2026
Homeରାଜ୍ୟଅଞ୍ଚଳ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ୍ ଦିବସ ପାଳନ ।

ଅଞ୍ଚଳ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ୍ ଦିବସ ପାଳନ ।

ପଦ୍ମପୁର-ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ ହୋଇଥିଲା। ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରୁ ଅର୍ଥୋପିଡିକ୍ ବିଶେଷଜ୍ଞ ଡ଼.ସଞ୍ଜୟ କୁମାର ନାଏକ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ଜବଲପୁର ଡାକ୍ତରଖାନାର ଆସିଷ୍ଟାଣ୍ଟ ପ୍ରଫେସର ଡ. ସତ୍ୟବ୍ରତ ଚୌହାନ ଏବଂ ପ୍ରାଧ୍ୟାପକ ଖଗେଶ୍ବର ଦାସ ଯୋଗଦାନ କରି ଏଡ଼ସ୍ ସଚେତନତା ଉପରେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ।

ରେଡ୍ କ୍ରସ କାଉନସିଲର ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରି ନିଜର ବକ୍ତବ୍ୟ ରଖିଥିଲେ। ଅଧ୍ୟାପିକା ଡ. ମମତାମୟୀ ଗୁରୁ, ଅଧ୍ୟାପକ ଭୁବନେଶ୍ୱର ବରିହା, ମିଥୁନ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ସଚେତନତା ରାଲି ମହାବିଦ୍ୟାଳୟରୁ ବାହାରି ଚାରପାଲି ପରିକ୍ରମା କରି ସମସ୍ତ ଜନସାଧାରଣଙ୍କୁ ସଚେତନ କରିଥିଲେ। ଶେଷରେ ଅଧ୍ୟାପିକା ସୁରେଶ୍ଵରୀ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!