Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳନ ।

ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳନ ।

ପଦ୍ମପୁର – ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଇଛି। ଏହି ଅବସରରେ ଶ୍ରୀ ପଣ୍ଡା ପ୍ରଥମେ ସମସ୍ତଙ୍କୁ ସ୍ଵାଗତ ଜଣାଇ ନିଜ ଅଭିଭାଷଣରେ କ୍ରୀଡା ର ଉପଯୋଗୀତା ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଇଂରାଜୀ ପ୍ରାଧ୍ୟାପକ ଶ୍ରୀ ଖଗେଶ୍ବର ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଜାତୀୟ କ୍ରୀଡା ଦିବସ ପାଳନ ର ଇତିହାସ ଉପରେ ଆଲୋକପାତ କରି ବିଶିଷ୍ଟ ହକି କ୍ରୀଡାବିତ୍ ମେଜର ଧ୍ୟାନ ଚାନ୍ଦ ଙ୍କ ଜୀବନୀ ଏବଂ କ୍ରୀଡା ଜଗତରେ ତାଙ୍କ କୃତିଗୁଡ଼ିକ ବିଷୟରେ ବର୍ଣ୍ଣନା କରିଥିଲେ। ଏହା ପରେ ‘ ଫିଟ୍ ଇଣ୍ଡିଆ ‘ ପାଇଁ ସମସ୍ତେ ଶପଥ ପାଠ କରିଥିଲେ।

ସଭା ଶେଷରେ ଅଧ୍ୟାପକ ଶ୍ରୀ ସଦାନନ୍ଦ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ପି.ଇ.ଟି. ଶ୍ରୀ ସଦାନନ୍ଦ ସେଠ୍, ପ୍ରାଧ୍ୟାପକ ତାରା ପ୍ରସାଦ ଶତପଥୀ, ପ୍ରଭାତ କୁମାର ମହାପାତ୍ର, ଡଃ ସରୋଜ କୁମାର ନାଏକ, ସନ୍ତୋଷ କୁମାର ମିଶ୍ର, ପ୍ରମୋଦ କୁମାର ପାଣିଗ୍ରାହୀ, ପ୍ରାଧ୍ୟାପିକା ଶ୍ରୀମତୀ ତାପିନି ପଣ୍ଡା, ଝୁନୁ ପରିଡ଼ା, ଶର୍ମିଲା ପଣ୍ଡା ଙ୍କ ସମେତ ସମସ୍ତ ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସଭା ପରେ ପରେ ମହାବିଦ୍ୟାଳୟ ର ଖେଳ ପଡିଆ ରେ ଏକ ଫୁଟବଲ ମ୍ୟାଚ୍ ହୋଇଥିଲା।

error: Content is protected !!