Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିଅଞ୍ଚଳ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳିତ ।

ଅଞ୍ଚଳ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳିତ ।

ପଦ୍ମପୁର-ଅଂଚଳ ମହାବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଦ୍ୱାରା ଆନ୍ତର୍ଜାତୀୟ ଦିବସ ପାଳିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡା ସଭାପତିତ୍ୱ କରି ସମସ୍ତଙ୍କୁ ସ୍ୱାଗତ କରିବା ସହ ବାଣିଜ୍ୟ ଦ୍ୱାରା ହିଁ ଆର୍ଥିକ ଅଭିବୃଦ୍ଧି ସମ୍ଭବ ଓ ଦୈନନ୍ଦିନ ଜୀବନରେ ଏହାର ଯଥେଷ୍ଟ ଭୂମିକା ରହିଛି ବୋଲି ମନ୍ତବ୍ୟ ରଖିଥିଲେ।ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଏମ. କମ. ବିଭାଗର (ଡିଷ୍ଟାନ୍ସ ଓ ଅନଲା ଇନ )ଏସିଷ୍ଟାଣ୍ଟ ପ୍ରଫେସର ଡ. ଗୋପାଳ ଭୁଆ ଯୋଗଦେଇ ପିପିଟି ମାଧ୍ୟମରେ “ବାଣିଜ୍ୟ ଶିକ୍ଷା ଓ ବୃତ୍ତି ସୁଯୋଗ “ସନ୍ଧର୍ଭ ଉପସ୍ଥାପନା କରି ଭବିଷ୍ୟତରେ ଗବେଷଣା ପ୍ରତି ଆଗ୍ରହ ରଖିବା ନେଇ ଉତ୍ସାହିତ କରିଥିଲେ।

ବିଭାଗ ମୁଖ୍ୟ ନବକୃଷ୍ଣ ମିଶ୍ର ଅତିଥି ପରିଚୟ କରିବା ସହ ବାଣିଜ୍ୟ ଶିକ୍ଷା ଉପରେ ଆଲୋକପତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ନିଖତ ଅଞ୍ଜୁମ, ଅଧ୍ୟାପିକା ଲିପସା ଚନ୍ଦ୍ରାକର ଓ ଜଗବନ୍ଧୁ ସୁରୁଜ।ଲ ଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ଅଧ୍ୟାପକ ବ୍ରଜ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!