Saturday, April 19, 2025
spot_imgspot_imgspot_img
Homeଅଘଟଣଅଚିହ୍ନା ଶବ ସତ୍କାର କଲା ସଂକଳ୍ପ ପରିବାର ।

ଅଚିହ୍ନା ଶବ ସତ୍କାର କଲା ସଂକଳ୍ପ ପରିବାର ।

ବରଗଡ଼ – ବରଗଡ଼ ସମେତ, ପଶ୍ଚିମ ଓଡ଼ିଶା ସହିତ ସାରା ଭାରତ ଆଜି ପବିତ୍ର ଗଣେଶ ଚତୁର୍ଥୀ ଓ ଆସନ୍ତା କାଲି ନବାନ୍ନ ପର୍ବ ପାଇଁ ଚଳ ଚଞ୍ଚଳ ରହିଥିବା ବେଳେ ସଂକଳ୍ପ ପରିବାର ସମାଜରେ ରହିଥିବା ଅସହାୟଙ୍କ ସେବା କରିବା ପାଇଁ ହୋଇଥିବା ସଂକଳ୍ପବଦ୍ଧକୁ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ଗତ ବୁଧବାର ଦିନ ସୋହେଲା ଗୋଷ୍ଟି ଉନ୍ନୟନ ଚିକିତ୍ସାଲୟ ବାରଣ୍ଡାରେ ଏକ ମୃତ ଯୁବକର ଶବ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡି ରହିଥିବା ଦେଖିବାକୁ ମିଳିଥିଲା ଯାହାର ବୟସ ପାଖାପାଖି ୩୫ରୁ ୪୦ବର୍ଷ ହୋଇଥିବା ଅନୁମାନ କରାଯାଉଛି । ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ଠାରୁ ଖବର ପାଇଁ ସୋହେଲା ପୋଲିସ ଘଟଣା ସ୍ଥଳକୁ ଯାଇ ମୃତ ବ୍ୟକ୍ତିଙ୍କ ପରିଚୟ ପାଇବା ପାଇଁ ଆଖ ପାଖ ଅଞ୍ଚଳରେ ଅନୁସନ୍ଧାନ କରିଥିଲେ ।

ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ସକାଶେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମାତ୍ର ଆଜି ଶନିବାର ୭୨ଘଣ୍ଟା ବିତିଯାଇଥିଲେ ମଧ୍ୟ ମୃତ ବ୍ୟକ୍ତିର କୌଣସି ପରିଚୟ ମିଳିନପାରିବାରୁ ଶବ ସତ୍କାର କରିବା ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ସୋହେଲା ପୋଲିସ ଅନୁରୋଧ କରିଥିଲେ । ଖବର ପାଇବା ପରେ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲଙ୍କ ସହିତ ସମ୍ପାଦକ ଜି. ରମେଶ, ଅନନ୍ତ ଚରଣ ସାହୁ, ଚିନ୍ମୟ ପାଣ୍ଡେ,ଅମର କୁମାର ପ୍ରମୁଖ ପିପଳମୁଣ୍ଡା ସ୍ୱର୍ଗଦ୍ୱାରରେ ସମ୍ମାନର ସହିତ ଶବ ସତ୍କାର କରିଥିଲେ ।

error: Content is protected !!