ଅତାବିରା(ସୁରେନ୍ଦ୍ର କଠାର)-ଅତାବିରା ବ୍ଲକ ଅଧିନ ଗୋଡଭଗା ଫାଣ୍ଡି ପାଖରେ ଥିବା ବିଦ୍ୟୁତ୍ ବିଭାଗ ଟାଟା ପାୱାର ର ମନ୍ ମାନୀ ଓ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍ କାଟ କୁ ନେଇ ଗୋଡଭଗା ଟାଟା ପାୱାର ବିଦ୍ୟୁତ୍ ସେକ୍ସନ କାର୍ଯ୍ୟାଳୟ କୁ ଲୋକେ ଘେରିଥିବା ଦେଖିବାକୁ ମିଳିଥିଲା।
ଅଞ୍ଚଳରେ ଖରାତାତି ସହ ଗୁଲୁଗୁଳି ରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ ଭଳି ଅନେକ ସମସ୍ୟା ଟାଟା ପାୱାର ର ଜୁଲୁମ୍ ଏବେ ଉପଭୋକ୍ତା ମାନଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଛି।କୌଣସି ବିଦ୍ୟୁତ୍ ଜନିତ ସମସ୍ୟା କୁ ନେଇ ସେକ୍ସନ ତଥା ସେକ୍ସନ ଜେଇଙ୍କୁ ଯୋଗାଯୋଗ କରି ଆସୁ ଥିଲେ ସୁଦ୍ଧା କେହି ଶୁଣିବାକୁ ନାରାଜ ଥିବା ଉପଭୋକ୍ତା ମାନେ ଅଭିଯୋଗ କରିଛନ୍ତି ।
ଗୋଲକ ନଗର ରେଲୱେ କ୍ରସିଂ ଠାରୁ ଆରମ୍ଭ କରି ନିଲେଇପାଲି, ସିଲେଟ,ଲହଣ୍ଡା ଭଳି ଅନେକ ଗାଁ ଗଣ୍ଡା ଅଞ୍ଚଳରେ କେଉଁଠି ମୁକୁଳା ତାର ଗୁଡ଼ିକ ଗାଁ ରାସ୍ତା ମୁଣ୍ଡ ଉପରେ ମୁକୁଳା ତାର ବିପଦକୁ ଆମନ୍ତ୍ରଣ କରୁଥିବା ଥିବା ବେଳେ କେତେବେଳେ ସାମାନ୍ୟ ବର୍ଷା ପାଣି ପବନ ହେବା ପୂର୍ବରୁ ଲାଇନ୍ କାଟି ଦେବା, ମେଣ୍ଟେନେନ୍ସ ନାଆଁ ରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଓ ଲୋ ଭୋଲଟେଜ୍ କାହା ସ୍ୱାର୍ଥରେ ବୋଲି ବିଭାଗ ବାରମ୍ବାର ଦୀର୍ଘ ସମୟ ଧରି ବିଦ୍ୟୁତ କାଟ ହେଉଛି ଯାହାଫଳରେ । ଛୋଟ ପିଲା , ରୋଗୀ,ବରିଷ୍ଠ ନାଗରିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ତୁରନ୍ତ ଏଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।