Sunday, November 24, 2024
spot_imgspot_imgspot_img
Homeରାଜ୍ୟଅଘୋଷିତ ବିଦ୍ୟୁତ କାଟ, ଉପଭୋକ୍ତା ହନ୍ତସନ୍ତ ।

ଅଘୋଷିତ ବିଦ୍ୟୁତ କାଟ, ଉପଭୋକ୍ତା ହନ୍ତସନ୍ତ ।

ଝାରବନ୍ଧ(ବଂଶୀଧର ନାୟକ)-ସ୍ଵାଧୀନତାର ପଞ୍ଚସ୍ତରୀ ବର୍ଷ ବିତିଯାଇଥିଲେ ମଧ୍ୟ ଆବଶ୍ୟକ ମୁତାବକ ଭାବରେ ଵିଜୁଳି ପାଇପାରୁ ନାହାନ୍ତି। ଏମିତି ବିଦ୍ୟୁତ କରେଣ୍ଟ ଆସୁଛି, ମୋବାଇଲ ମଧ୍ୟ ଚାର୍ଜ ହୋଇପାରୁନାହିଁ। କେବଳ ବିଦ୍ୟୁତ ” ଲୋ”ଭୋଲଟେଜ୍ ରହୁଥିବା ର ଦେଖିବାକୁ ମିଳୁଛି।ପ୍ରାୟ ଚାଷୀ ମାନଙ୍କ ଵୋରୱଲ,ଲିପ୍ଟ ପ‌ଏଣ୍ଟ‌ ମାଧ୍ୟମରେ ଚାଷୀ ଚାଷ କରିଥାନ୍ତି। ବ୍ୟାଙ୍କ ରୁ ୠଣ,ଧାର କରଜ କରି ବହୁ ଦୁଃଖ କଷ୍ଟରେ ମୁଣ୍ଡ ଝାଲ ତୁଣ୍ଡ ରେ ମାରି ଚାଷ କରିଥାଏ, କିନ୍ତୁ ବିଦ୍ୟୁତ କରେଣ୍ଟ ଲୋ ଭୋଲଟେଜ୍ ଏଵଂ ଅଘୋଷିତ ଘନ ଘନ ବିଦ୍ୟୁତ କାଟ ଫଳରେ ଚାଷୀ ର ଚାଷ କାମରେ ବାଧା ଦେଇ ଥାଏ । ଏହି ପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି ,ଓଡ଼ିଶା ର ଶେଷ ସୀମାରେ ଥିବା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଝାରବନ୍ଧ ବ୍ଲକ ରେ ,ଅବହେଳିତ ଅନୁନ୍ନତ ମରୁଡି ପ୍ରପିଡିତ ଦାଦନ ପ୍ରବଣ ଅଞ୍ଚଳ।

ଏହି ଅଞ୍ଚଳରେ ବିଦ୍ୟୁତ କଂପାନୀ ର ଅବହେଳା ଯୋଗୁଁ ଆବଶ୍ୟକ ମୁତାବକ ବିଦ୍ୟୁତ ମିଲିପାରୁ ନାହି।ବର୍ତ୍ତମାନ ଟାଟା ପାୱାର କମ୍ପାନୀ ର ମନମୁଖୀ କାର୍ଯ୍ୟ କଳାପ ଦେଖିବାକୁ ମିଳୁଛି। ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି, ଘର କୁ ବିଦ୍ୟୁତ ସଂଯୋଗ ନ ଥାଇ ମଧ୍ୟ ଘରର ମୁଖ୍ୟାକଙ୍କ ନାମରେ ହଜାର ହଜାର ଟଙ୍କାର ବିଦ୍ୟୁତ ବିଲ୍ ଆସୁ ଥିବାର ଦେଖିଵାକୁ ମିଲୁଛି। ମୋଘୁଆ ପାଗ ହେଲେ ସାତ ଆଠ ଦିନ ପର୍ଯ୍ୟନ୍ତ ବିଦ୍ୟୁତ କରେଣ୍ଟ ମଧ୍ୟ ଆସେନାହିଁ। ବର୍ତ୍ତମାନ ବିଜ୍ଞାନ ଯୁଗରେ ମଧ୍ୟ ଲୋକେ ବିଦ୍ୟୁତ କରେଣ୍ଟ ଅଭାବ ରୁ ରାତ୍ରରେ ଅନ୍ଧାରରେ ରହିବାକୁ ବାଧ୍ୟ ହେବାକୁ ପଡୁଛି,କାରଣ କିରୋସିନି ନ ମିଳିବାରୁ ଗାଁ ଗହଳିର ଲୋକ ମାନେ ଅନ୍ଧାର ରେ ରହୁଥିବାର ଦେଖିବାକୁ ମିଳୁଛି। ପିଲାମାନେ ରାତ୍ରି ରେ ପାଠ ମଧ୍ୟ ପଢ଼ି ପାରୁନାହାନ୍ତି। ଅସୁବିଧା ଵସତଃ ଯେଉଁ ଉପଭୋକ୍ତା ବିଦ୍ୟୁତ ବିଲ୍ ଗୋଟିଏ ମାସ ପ‌ଇଠ କରିପାରନ୍ତି ନାହିଁ ସେମାନଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆଯାଉଛି ନୁଆ ମିଟର ଲଗାଇ ଉପଭୋକ୍ତା ଙ୍କ ଠାରୁ ମିଟର ଭଡ଼ା ଆଦାୟ କରୁଛନ୍ତି।

ଏ ଅଞ୍ଚଳରେ କେବଳ ନିର୍ବାଚନ ସମୟରେ ନେତାଙ୍କ ଘୋଷଣା ଓ ପ୍ରତିଶୃତି ଦେଖିବାକୁ ମିଳିଥାଏ। କିଛି କାର୍ଯ୍ୟକାରୀ ହୁଏ ନାହଁ। କେବଳ ଧୁଆଁ ବାଣ ଛଡା ଅନ୍ୟକିଛି ନାହିଁଁ।ସେଥି ପାଇଁ ଏ ଅଞ୍ଚଳରେ ପ୍ରତି ବର୍ଷ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି।ଏ ଅଞ୍ଚଳରେ ଚାଷୀ ଉନ୍ନତି କରିବେ କିପରି ? ପିଲା ପାଠ ପଢିବେ କିପରି ? ବାହାର ରାଜ୍ୟକୁ ଦାଦନ ଖଟିବା ଛଡ଼ା ଅନ୍ୟ କିଛି ଉପାୟ ନାହଁ। ଯେଉଁ କର୍ମଚାରୀ ମାନେ କାମ କରୁନାହାନ୍ତି ତାଙ୍କ ଵିରୁର୍ଦ୍ଧ ରେ ଅଭିଯୋଗ କଲେ ମଧ୍ୟ ଶୁଣୁନାହାନ୍ତି ବରଂ ସେମାନଙ୍କୁ ଘଣ୍ଟ ଘୋଡେଇ ରଖୁଛନ୍ତି। ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରା ରେ ଶୋଇଛି। ଯଥା ଶିଘ୍ର‌ ବିଦ୍ୟୁତ ସମସ୍ୟା ର‌ ‌ସମାଧାନ‌ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚାଷୀ ମାନେ ଚେତାବନୀ ଦେଇଛନ୍ତି।

error: Content is protected !!