Sunday, November 24, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଅଖିଳ ଭାରତୀୟ ଗୋଣ୍ଡେୱାନ ଗୋଣ୍ଡ୍ ମହାସଭାର ବନମହୋତ୍ସବ ।

ଅଖିଳ ଭାରତୀୟ ଗୋଣ୍ଡେୱାନ ଗୋଣ୍ଡ୍ ମହାସଭାର ବନମହୋତ୍ସବ ।

ପାଟଣାଗଡ଼(ସନ୍ତୋଷ ପଣ୍ଡା)-ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଘୁଚେପାଳି ଗାଁରେ ଦନ୍ଦରାବାହାଲ ପଲ୍ଲି ଗୋଣ୍ଡ ସମାଜ ପକ୍ଷରୁ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଘୁଚେପାଲି ଗାଁର ଜନପଦ ସଭାପତି ଚୂଡାମଣି ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ମହା ସଚିବ ଶ୍ରୀଯୁକ୍ତ ରାମଚନ୍ଦ୍ର ଧରୁଆ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ କାମରାଜ ମଲ୍ଲିକ ଯୋଗଦେଇଥିଲେ।ପ୍ରଥମେ ଇଷ୍ଟ ଦେବତା ବୁଢ଼ାଦେଓଙ୍କୁ ପୂଜା ଅର୍ଚ୍ଚନ କରି ସଭାକାର୍ଯ୍ଯ ଆରମ୍ଭ କରାଯାଇଥିଲା ।

ଗୋଣ୍ଡ ଆଦିବାସୀ ଜମି- ଜଳ- ଜଙ୍ଗଲ- ଜୀବନ ଜୀବିକା -କଳା- ସଂସ୍କୃତି- ଦେବା ଦେବୀ- ଧରମ କରମ ସୁରକ୍ଷା କୁ ବଞ୍ଚାଇ ରହିବାକୁ ଆହ୍ବାନ ଦେଇଥିଲେ । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ବଲାଙ୍ଗିର,ତରଫରୁ ହେବାକୁ ଥିବା ଆସନ୍ତା ୧୫ ନଭେମ୍ବରରେ ରାଜ୍ୟ ସ୍ତରୀୟ କ୍ରାନ୍ତିବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ମହୋତ୍ସବରେ ଯୋଗଦେବାକୁ ଅବଗତ କରାଇଥିଲେ । ଏଥିରେ ଦନ୍ଦରାବହାଲ ପଲ୍ଲୀ ଆୟୋଜନ ସମିତିର ସଭାପତି ଶ୍ରୀଯୁକ୍ତ ପରମେଶ୍ବର ରାଏ,ସମ୍ପାଦକ ଶମ୍ଭୁ ଭୁଏ,କୋଷଧକ ଲଳିତ ମଲ୍ଲିକ,

ଗହିରାମୁଣ୍ଡା ପଲ୍ଲୀ ଆୟୋଜନ ସମିତି ସମ୍ପାଦକ ଗୋପିନାଥ ଧରୁଆ,ମଣ୍ଡଳ ଆୟୋଜନ ସମିତି ମହା ସଚିବ ପୂର୍ଣ୍ଣଚନ୍ଦ୍ର ଧରୁଆ,ପ୍ରଦୀପ ଧରୁଆ,ପାଣ୍ଡବ ଭୁଏ ଉପସ୍ଥିତ ଥିଲେ। ଲିଙ୍ଗ ଧରୁଆ,ରାହାଶ ଧରୁଆ,ଗୌରାଙ୍ଗ ମାଝୀ,ଇଶ୍ଵର ଧରୁଆ, ରହିତ ମାଝୀ,ଧରଣୀ ଗଡତିଆ,କିଶୋର ଧରୁଆ,ଭିକାରୀ ଧରୁଆ ସହଯୋଗ କରିଥିଲେ। ପୂର୍ଣ୍ଣଚନ୍ଦ୍ର ଧରୁଆ ମଞ୍ଚ ପରିଚାଳନା କରୁଥିବା ବେଳେ,ପାଣ୍ଡବ ଭୁଏ ଧନ୍ୟବାଦ କରିଥିଲେ ।ଶହ ଶହ ପୁରୁଷ ମହିଳା ଉପସ୍ଥିତ ଥିଲେ ।

error: Content is protected !!